ଆଙ୍କର: ଆଖଣ୍ଡଳମଣିଙ୍କ ମନ୍ଦିର ପରିକ୍ରମା ମାର୍ଗ ପାଇଁ ୪ର୍ଥଦିନରେ ଜିଲା ପ୍ରଶାସନ ପକ୍ଷରୁ ଉଛେଦ କାର୍ଯ୍ୟ ଜାରି ରହିଛି। ବିଗତ ଵର୍ଷ ତଳେ ପୂର୍ଵ ସରକାରଙ୍କ ପକ୍ଷରୁ ଵାଵା ଆଖଣ୍ଡଳମଣିଙ୍କ ପୀଠର ଉନ୍ନତି କରଣ ପାଇଁ ଅର୍ଥ ଯୋଗାଇ ଦିଆଯାଇଥିଲା। ହେଲେ ସରକାର ବଦଳିବା ପରେ ବହୁ କାର୍ଯ୍ୟ ବନ୍ଦ ରହିଥିଲା। ଵିଶେକରି ପୀଠର ପରିକ୍ରମା ମାର୍ଗ ପାଇ ସ୍ଥାନୀୟ ଲୋକ ଓ ସେବାୟତଙ୍କ ଦାବି ପରେ ପରିକ୍ରମା ମାର୍ଗ ନିମନ୍ତେ ବିସ୍ଥାପିତ ପରିବାରଙ୍କର ଘର ଉଛେଦ ପ୍ରକ୍ରିୟା କାର୍ଯ୍ୟ ଜାରି ରହିଛି । କାର୍ଯ୍ୟକୁ ତ୍ବରାନ୍ବିତ କରାଯିବା ସହ ଆସନ୍ତା ୫ଦିନ ମଧ୍ୟରେ ଅର୍ଥାତ୍ ଆସନ୍ତା ୭ତାରିଖରେ ସାରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ଯପଟେ ବିସ୍ଥାପିତଙ୍କୁ ନୋଟିସ୍ ଦିଆଯାଇନଥିବାରୁ ଅସନ୍ତୋଷ ଦେଖା ଦେଇଛି। ପ୍ରଶାସନ ଖୋଲମଖୋଲା ଭାବେ ଆଇନ ଉଲଂଘନ କରି ଭାଙ୍ଗୁଥିବା ବିସ୍ଥାପିତ ପରିବାର କହିଛନ୍ତି

