ତିହିଡି- ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ ଅଧିନ ସାହାଡା ଉପେନ୍ଦ୍ରନାଥ ବିଦ୍ୟାପୀଠରେ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ ହୋଇ ଯାଇଛି। ବିଦ୍ୟୁତ ସଂଯୋଗର ସୁପରିଚାଳନା ଓ ବିଦ୍ୟୁତ ସ୍ପର୍ଶ ଜନିତ ଘଟୁଥିବା ଦୁର୍ଘଟଣାର ନିଜକୁ ସୁରକ୍ଷିତ ରହିବା ପାଇଁ ବିଭାଗ ତରଫରୁ ଏପରି ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ କରା ଯାଇଅଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭଞ୍ଜନ ଆଚାର୍ଯ୍ୟଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ନିରଞ୍ଜନ ବାରିକ କାର୍ଯ୍ଯକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ଅବନୀ କୁମାର ଦାସ, ରଞ୍ଜନ କୁମାର ଦାସ, ଆଦିତ୍ୟ ପ୍ରତାପ ସାମଲ, ନାରାୟଣ ଚନ୍ଦ୍ର ପୁହାଣ, ଲଳିତ କୁମାର ନାୟକ, କୃଷ୍ଣଚନ୍ଦ୍ର ଦାସ, ଅଭିମନ୍ୟୁ ଯେନା, ଭଗବାନ ବେହେରା, ସଞ୍ଜୁଲତା ସାହୁ, ସଂଯୁକ୍ତା ଦାସ ଓ ରଶ୍ଚିତା ଖିଲାର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଲାଲାଜୀ କ୍ଲଷ୍ଟର ସିଆରସିସି ବାଜୁନ ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ। ହ

