ତିହିଡି – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ନଲଗୁଣ୍ଡା ଠାରେ ଅନୁଷ୍ଠିତ ହୋଇ ଯାଇଅଛି। ବ୍ଲକ୍ ଓଷ୍ଟା ସଭାପତି ରଞ୍ଜନ ମୁଦୁଲି ଙ୍କ ସଭାପତତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ସମ୍ପାଦକ ପ୍ରଭାକର ପରିଡ଼ା ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହାପରେ ପର୍ଯ୍ୟବେକ୍ଷକ ଭାବେ ଭଦ୍ରକ ଜିଲ୍ଲା ଓଷ୍ଟା ସଭାପତି ଶଶି ଶେଖର କରଶର୍ମା, ସଂପାଦକ ପ୍ରଭାତ କୁମାର ପାଣିଗ୍ରାହୀ, କାର୍ଯକାରୀ ସଭାପତି ଅନୀଲ କୁମାର ମିଶ୍ର, ବରିଷ୍ଟ ସଦସ୍ୟ ବୈକୁଣ୍ଠ ବିଶ୍ୱାଳ ଯୋଗଦେଇ ନିର୍ବାଚନ ପରିଚାଳନା କରିଥିଲେ। ସହମତି ଭିତ୍ତିରେ ଆଗାମୀ ତିନି ବର୍ଷ ପାଇଁ ଚାନ୍ଦବାଲି ବ୍ଲକର ନୂତନ କର୍ମକର୍ତ୍ତା ନିର୍ବାଚନ କରା ଯାଇଥିଲା। ସଭାପତି ଭାବେ ଅଜୟ କୁମାର ରାଉତ, ଉପସଭାପତି ଭାବେ ଟୁନା ମହାଳିକ, ମିନତି ରାଉତ, ସଂପାଦକ ଭାବେ ରଞ୍ଜନ ମୁଦୁଲି, ଯୁଗ୍ମ ସମ୍ପାଦକ ଭାବେ ଅଜିତ୍ କୁମାର ପଳିତା, ତାପସ କୁମାର ନାୟକ, ସ୍ମିତାର।ଣି ମଲ୍ଲିକ, ରଜ୍ୟ ପରିଷଦ ସଦସ୍ୟ ଭାବେ ପ୍ରଭାକର ପରିଡ଼ା, ସୁରେନ୍ଦ୍ର ରାଉତ, ସଂଜୟ ମହାଳିକ, ଜିଲ୍ଲା ପରିଷଦ ସଦସ୍ୟ ଭାବେ ସୁବ୍ରତ କୁମାର ଦାସ, ସରୋଜ ମହଲ, ଫକୀର ମାଇତି, ଆନନ୍ଦ ଦାସ, ଦିବ୍ୟଜ୍ୟୋତି ବାରିକ, ରାକେଶ ମାଝୀ ନିର୍ବାଚିତ ହୋଇ ଥିବାବେଳେ ରତିକାନ୍ତ ଦାଶ, ପ୍ରଶାନ୍ତ ପଟ୍ଟନାୟକ, ବିଷ୍ଣୁ ନାୟକ, ରାନୁ ସେଠୀ, ପ୍ରଦୀପ ମହାନ୍ତି, କୁଳମଣି ଜେନା ଓ ଉମାକାନ୍ତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶେଷରେ ଜିଲ୍ଲା ସଭାପତି ନୂତନ କର୍ମକର୍ତ୍ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶେଷରେ ଯୁଗ୍ମ ସମ୍ପାଦକ ତାପସ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

