କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନାରେ ମାଆ-ପୁଅଙ୍କୁ ଥାର୍ଡ ଡିଗ୍ରୀ ଘଟଣା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନା । ଗତ ୨୯ ତାରିଖ ଦିନ ଆଗୁଆ ଜାମିନ୍ ପାଇଁ ଆବେଦନ କରିଛନ୍ତି । ମେ’ ୨୫ ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଭିତରେ ମାଆ ପୁଅଙ୍କୁ ଥାର୍ଡ ଡିଗ୍ରି ପ୍ରୟୋଗ କରି ଲହୁଲୁହାଣ କରିବା ଘଟଣାରେ ମାମଲା ରୁଜୁ ହୋଇଥିଲେ । ପରେ ତାଙ୍କୁ ନିଲମ୍ବନ କରାଯାଇଛି ।
ଗିରଫ ଆଶଙ୍କା କରି ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ନିଲମ୍ବିତ ଆଇଆଇସିଙ୍କୁ ପୋଲିସ ଗିରଫ କରୁନଥିବା ବେଳେ ଆଗୁଆ ଜାମିନ ପାଇଁ ଆବେଦନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ବାରମ୍ବାର ପୋଲିସ ଶୃଙ୍ଖଳା ଭାଙ୍ଗୁଥିବା ଓ ୬ ବର୍ଷ ଭିତରେ ତିନି ତିନି ଥର ନିଲମ୍ବନ ହୋଇଥିବା ପୁଲିସ ଅଧିକାରିଣୀଙ୍କୁ କାହିଁକି ସୁରକ୍ଷା ଦିଆଯାଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି ।

