ଆଜକୁ ୫୧ ବର୍ଷ ତଳେ ଭାରତରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ବିଷୟକ କଳା ଅଧ୍ୟାୟକୁ ମନେ ପକାଇ ଆଜି ବାଲେଶ୍ଵର ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ବିଶାଳ ବୁଦ୍ଧିଜୀବୀ ସମ୍ମୀଳନୀର ଆୟୋଜନ ଭାରତୀୟ ଜନତା ପାର୍ଟି ପକ୍ଷରୁ ହୋଇଯାଇଛି।
ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଈଶ୍ଵର ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟ ବକ୍ତା ଭାବେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ
ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

ଅତିଥି ପରିଚୟ, ସମ୍ବର୍ଦ୍ଧନା ଓ ସାମୁହିକ ବନ୍ଦେ ମାତରମ୍ ଗାନ ପରେ ଆନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।
ଉଭୟ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ତାଙ୍କ ବ୍ୟକ୍ତବ୍ଯରେ ଇନ୍ଦିରା ଗାନ୍ଧୀଙ୍କ ସ୍ବେଚ୍ଛାଚାରୀ ଶାସନ, କ୍ଷମତାଲୋଭୀ ମନୋଭାବ ଯୋଗୁଁ କୋଟି କୋଟି ଲୋକଙ୍କର ଗଣତାନ୍ତ୍ରିକ ଅଧିକାର ହନନ ହୋଇଥିଲା।
୧୯୭୫ ଜୁନ୍ ୧୨ ତାରିଖରେ ଆହ୍ହାବାଦ ହାଇକୋର୍ଟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ଅବୈଧ ଘୋଷଣା କରି ଏକ ଐତିହାସିକ ରାୟ ଶୁଣାଇଥିଲେ। କୋର୍ଟ ତାଙ୍କୁ ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ଘୋଷଣା କରିଥିଲେ। ଏହି ଘଟଣା ଦେଶର ରାଜନୀତିରେ ଏକ ବଡ଼ ଝଡ଼ ସୃଷ୍ଟି କରିଥିଲା ଏବଂ ପରବର୍ତ୍ତୀ ସମୟରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ, ସାମ୍ବିଧାନିକ ମର୍ଯ୍ୟାଦା, ନ୍ୟାୟାଳୟ ପ୍ରତି ସମ୍ମାନକୁ ଜଳାଞ୍ଜଳି ଦେଇ ଇନ୍ଦିରା ଗାନ୍ଧୀ ସମ୍ବିଧାନକୁ ହତ୍ୟା କରିଥିଲେ।
ଯୁବପିଢି ଓ ଆଗାମୀ ପିଢ଼ିଙ୍କୁ ସଚେତନ କରାଇବା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ଆମଦେଶ ଯେମିତି ଏଭଳି କଳାଦିନର ସମ୍ମୁଖୀନ ନହୁଏ ସେଥିପ୍ରତି ଆମ ସମସ୍ତଙ୍କୁ ଯତ୍ନବାନ ହେବାକୁ ପଡିବ ବୋଲି ଆହ୍ବାନ ଦେଇଥିଲେ । ଶାସକ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ଯୋଜନା ବୋର୍ଡର ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା, ସଦର ବିଧାୟକ ମାନସ କୁମାର ଦତ୍ତ, ନିଳଗିରି ବିଧାୟକ ସନ୍ତୋଷ ଖଟୁଆ, ବଡ଼ସାହି ବିଧାୟକ ସନାତନ ବିଜୁଳି, ରାଜ୍ୟ ଉପସଭାପତି ଶିପ୍ରା ବାଜପେୟୀ, ପୁର୍ବତନ ସଭାପତି ଉମାକାନ୍ତ ମହାପାତ୍ର, ରାଜ୍ୟ ସମ୍ପାଦକ ସରୋଜ କର, ଜଳେଶ୍ଵର ବିଧାୟକ ବ୍ରଜମୋହନ ପ୍ରଧାନ, ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ, ଭୋଗରାଇ ବିଧାୟକ ପ୍ରାର୍ଥୀ ଆଶିଷ ପାତ୍ର ମଞ୍ଚାସିନ ଥିଲେ, କାର୍ଯ୍ୟକ୍ରମର ସଂଯୋଜକ ଚନ୍ଦ୍ରଶେଖର ନନ୍ଦ ସଭା ପରିଚାଳନା କରୁଥିଲା ବେଳେ ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଅତିଥି ପରିଚୟ କରାଇଥିଲେ। ଶେଷରେ ଜାତୀୟ ସଂଗୀତ ଗାନ ପରେ ସଭାକାର୍ଯ୍ୟ ଶେଷ ହୋଇଥିଲା।

