ଆଜି ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି ,

ରାଜ୍ୟ ବିଜେପି ସମ୍ପାଦକ ସରୋଜ କର ଆସି ବାଲେଶ୍ବର ସ୍ବତନ୍ତ୍ର ସର୍କିଟ ହାଉସରେ ପହଞ୍ଚି ଥିଲେ। ସକାଳେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମ ସ୍ଥଳୀ ଶାନ୍ତି କାନନ ପରିସରରେ ପ୍ରଥମେ ବ୍ୟାସକବିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ,ପରେ ସେଠାରେ ସ୍ୱଚ୍ଛ ଭାରତ ଅଭିଯାନ ଓ ବୃକ୍ଷ ରୋପଣ କାର୍ଯ୍ଯକ୍ରମରେ ଯୋଗଦାନ କରି ପରିସରରକୁ ସଫେଇ କରିବା ସହ ଶାନ୍ତି କାନନକୁ ଆହୁରି ସୋନ୍ଦର୍ଯ୍ୟ କରିବା ପାଇଁ ମୂଲ୍ୟବାନ ଫଳନ୍ତି ବୃକ୍ଷ ଓ ପୁଷ୍ପ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମର ପରିସମାପ୍ତି ପରେ ବିଶେଷ ଗୃହ ସମ୍ପର୍କ ଅଭିଯାନରେ ବାଲେଶ୍ୱର ସଦର ଓ ରେମୁଣା ନିର୍ଵାଚନ ମଣ୍ଡଳୀ ଅନ୍ତର୍ଗତ କିଛି ବିଶେଷ ବ୍ୟକ୍ତି ବିଶେଷଙ୍କ ଘରକୁ ଯାଇ ରାଜ୍ୟ ସରକାରଙ୍କ ୨ବର୍ଷ ଓ କେନ୍ଦ୍ର ସରକାରଙ୍କ ୧୨ବର୍ଷର ସଫଳତା ବିଷୟରେ କହିଥିଲେ ଏବଂ ସେମାନଙ୍କର ମତାମତ ଦେଇଥିଲେ।
ଏହାପରେ ବାଲେଶ୍ଵର ସଂସଦୀୟ କ୍ଷେତ୍ରର କୋର୍ କମିଟି ବୈଠକରେ ପୌରହିତ୍ୟ କରି ଆଗାମୀ ପଞ୍ଚାୟତ ନିର୍ବାଚନ ଓ ସାଂଗଠନିକ ବିଷୟରେ ଆଲୋଚନା କରିଥିଲେ।
ପରେ ସାଙ୍ଗଠନିକ ଜିଲ୍ଲା ବାଲେଶ୍ୱର ଓ ଉତ୍ତର ବାଲେଶ୍ୱରର ଜିଲ୍ଳା କମିଟି ସହ ପୃଥକ୍ ପୃଥକ୍ ଭାବେ ବୈଠକ କରିଥଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଉତ୍ତର ବାଲେଶ୍ଵର ଜିଲ୍ଲା ସଭାପତି ପ୍ରଦୀପ କୁମାର ପଣ୍ଡା, ରାଜ୍ୟ ସରକାରଙ୍କ ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବଡସାହି ବିଧାୟକ ସନାତନ ବିଜୁଳି, ପୂର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଲମ୍ବୋଦର ନାୟକ, ରାଜ୍ୟ ବିଜେପି ଉପ ସଭାପତି ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଷମା ରାଣୀ ବିଶ୍ୱାଳ, ମମତା ମହାପାତ୍ର, ଈଂ ରବିନ୍ଦ୍ର ଜେନା ଭୋଗରାଇ ବିଧାୟକ ପ୍ରାର୍ଥୀ ଆଶିଷ ପାତ୍ର, ଜଳେଶ୍ୱର ବିଧାୟକ ପ୍ରାର୍ଥୀ ବ୍ରଜ ମୋହନ ପ୍ରଧାନ, ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ ପ୍ରମୁଖଙ୍କ ସମେତ ଶତାଧିକ ନେତା, ନେତ୍ରୀ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ

