ଭଦ୍ରକ- ସିପିଆଇ(ଏମ) ଭଦ୍ରକ ଜିଲ୍ଲା ଧାମରା ଶାଖାର ବରିଷ୍ଠ ନେତା, ଧାମରା ଅଞ୍ଚଳର ବହୁ ଅନୁଷ୍ଠାନର ପ୍ରତିଷ୍ଠାତା, ଓଡିଶା କୃଷକ ସଭାର ବରିଷ୍ଠ ନେତା ଶ୍ରୀଯୁକ୍ତ ବୀରଭଦ୍ର ଜତି ୭୦ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ମୃତ୍ୟୁରେ ସିପିଆଇ(ଏମ) ପାର୍ଟି ଓ ଧାମରା ଅଞ୍ଚଳ ଜଣେ ବରିଷ୍ଠ ରାଜନେତା ଓ ସମାଜସେବୀଙ୍କୁ ହରାଇଛି । ତାଙ୍କ ମୃତ୍ୟୁରେ ତାଙ୍କ ଗ୍ରାମ ଜାଗୁଳାସ୍ଥିତ ବାସଭବନରେ ତାଙ୍କ ମର ଶରୀର ପାଖରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ମଳୟ ଭୋଇ, ଚାନ୍ଦବାଲି ଆଞ୍ଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ଓଡିଶା କୃଷକ ସଭା ଚାନ୍ଦବାଲି ବ୍ଲକ ସଂପାଦକ ଅଶୋକ ବେହେରା, ସିପିଆଇ(ଏମ) ଧାମରା ଶାଖା ସଂପାଦକ ଶଙ୍କର୍ଷଣ ବିଶ୍ବାଳ, ବରିଷ୍ଠ ସିପିଆଇ(ଏମ) ନେତା କାର୍ତ୍ତିକ ଖିଲାର, ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ଲେଙ୍କା, କଂଗ୍ରେସ ନେତା ସୁରେଶ ଚନ୍ଦ୍ର ମାହୁନ୍ତ, ଚାଷୀ ନେତା ଅଭିରାମ ବଳ, ଚାଷୀ ନେତା କୀର୍ତ୍ତନ ବିଶ୍ବାଳ ପ୍ରମୁଖ ପହଞ୍ଚି ତାଙ୍କୁ ଶେଷ ଦର୍ଶନ କରି ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ବୈପ୍ଳବିକ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ । ଶେଷରେ ଭିଟାମାଟିରେ ତାଙ୍କ ଶେଷ କୃତ୍ଯ ସମ୍ପନ୍ନ କରା ଯାଇଥିଲା ।

