ତିହିଡି, ୨୨.୦୮ : ଭଦ୍ରକ ଜିଲ୍ଲା ତିହିଡି ବ୍ଳକ ପଂଚାୟତ ସମିତି ସମ୍ମିଳନୀ କକ୍ଷ ପରିସରଠାରେ ସୋମବାର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇ ଯାଇଛି । ଏହି ଶୁଣାଣିରେ ମୋଟ ୧୭୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ଏଥିରୁ ୧୪୨ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୩୦ଟି ଗ୍ରାମୀଣ ସମସ୍ୟା ସମ୍ବନ୍ଧୀୟ ଓ ରେଡ କ୍ରଶ ଅଧିନସ୍ଥ ୫ଟି ଅଭିଯୋଗ ରହିଥିଲା । ଶୁଣାଣି ସମୟରେ ୩ ଟି ଅଭିଯୋଗର ସ୍ଥଳୀୟ ସମାଧାନ କରାଯାଇ ଥିବାବେଳେ ଜିଲ୍ଲା ରେଡକ୍ରସ ପାଣ୍ଠି ମାଧ୍ୟମରେ ୫ଜଣ ଅଭିଯୋଗକାରୀଙ୍କୁ ମୋଟ ୨୬ ହଜାର ଟଙ୍କା ମଞ୍ଜୁର କରା ଯାଇଛି । ଏହି ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ ରାଉତରାୟ, ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୋଦ ପ୍ରହରାଜ, ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ , ବ୍ଲକ ଉନ୍ନୟନ ଅଧିକାରୀ ନିରଞ୍ଜନ ବାରିକ, ତହସିଲଦାର ଶୁବାଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଲପାମୁଦ୍ରା ମଳିକ, ଅମର ସାହୁ, ବାସନ୍ତୀ ନାୟକ, ଡା. ଶୁଭକାନ୍ତ ଓଝା, ମାନସୀ ମହାପାତ୍ର, ମଧୁସ୍ମିତା ବେହେରା, ଡା. ନିରାକାର ଜେନା ଓ ଲକ୍ଷ୍ମୀପ୍ରିୟା ମାଝୀ ପ୍ରମୁଖ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ । ଅତିରିକ୍ତ ବିଡ଼ିଓ ମୀନକେତନ ବାରିକ, ସୁକାନ୍ତ ମିଶ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ, ସୌମ୍ୟା ସୁଚରିତା ମହାନ୍ତି, ଜଗବନ୍ଧୁ ବେହେରା, ଗଣେଷ ହେମ୍ବ୍ରମ, ଅମୀୟ ପତି, ହୃଷିକେଶ ବେହେରା, ଶଶିଭୁଷଣ ମହାପାତ୍ର, ଦେବୀପ୍ରସନ୍ନ ଘୋଷ, ହିତେଶ ସାହୁ ଓ ସୁଧାଂଶୁ ଶେଖର ନାୟକ ପ୍ରମୁଖ ପଦାଧିକାରୀ ଓ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

