ତିହିଡି- ଭଦ୍ରକ ଜିଲ୍ଲା ତିହିଡି ଏନ୍ଏସିର ତିହିଡି ଗ୍ରାମର ବାବା ସ୍ଵପ୍ନେଶ୍ଵରଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ରାତି ସାଢେ ୪ ଟାରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ପବିତ୍ର ଶୀତଳ ଷଷ୍ଠୀ ଅବସରରେ ତିହିଡି ଗ୍ରାମର ଆରାଧ୍ୟ ଦେବତା ବାବା ସ୍ଵପ୍ନେଶ୍ୱର ଶୁଭାଯାତ୍ରାରେ ଯାଇ ତିହିଡି ଗ୍ରାମସ୍ଥିତ ଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିରରେ ପହଞ୍ଚିବା ପରେ ସେଠାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ବିବାହ ଉତ୍ସବରେ ବାଲେଶ୍ଵର ଜିଲ୍ଲା କୁପାରୀ ଗ୍ରାମର ବାସିନ୍ଦା ତଥା ବରପିତା ମନୋରଂଜନ ରାଉତ ଓ ତିହିଡି ଗ୍ରାମର ବାସିନ୍ଦା ତଥା କନ୍ୟାପିତା ଅନାଥ ବନ୍ଧୁ ପାତ୍ର ବିବାହ କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ପୂର୍ବାହ୍ନରେ ଶ୍ରୀ ହନୁମାନ ବରଧରା ବେଶ ହୋଇ ବାବା ସ୍ଵପ୍ନେଶ୍ଵର ପିତ୍ରାଳୟକୁ ଯାଇଥିଲେ। ସେଠାରେ କାର୍ଯ୍ୟ ସମ୍ପନ୍ନ କରି ଫେରିଲା ବେଳେ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ ସମସ୍ତ ଦେବାଦେବୀଙ୍କୁ ଶ୍ରୀ ହନୁମାନ ନିମନ୍ତ୍ରଣ କରିଥିଲେ। ସନ୍ଧ୍ୟାରେ ବାବା ସ୍ଵପ୍ନେଶ୍ଵରଙ୍କୁ ଆଢମ୍ବର ପୂର୍ଣ୍ଣ ଶୋଭାଯାତ୍ରାରେ ତିହିଡି ବଜାର ଓ ବିଭିନ୍ନ ଗ୍ରାମ ପରିକ୍ରମା କରା ଯାଇଥିଲା। ପରେ ଶ୍ରୀଦଧିବାମନ ଜୀଉଙ୍କ ମନ୍ଦିରରେ ପହଞ୍ଚିଥିଲେ। ରାତ୍ରି ୪ଟା ସମୟରେ ବାବା ସ୍ଵପ୍ନେଶ୍ଵର ଏବଂ ମାତା ପାର୍ବତୀଙ୍କ ପାଣିଗ୍ରହଣ କରିଥିଲେ। ଯୌତୁକ ଭାବେ ବୃଷଭ, ନାଗନାଗୁଣୀ, ଶ୍ମଶାନ ଜମି ପ୍ରଦାନ କରା ଯାଇଥିଲା। ପଣ୍ଡିତ ଲକ୍ଷ୍ମୀଧର କର ଓ ନିରଞ୍ଚନ କର ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହି କାର୍ଯ୍ୟରେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ଦାସ, ପୂର୍ବତନ ସରପଞ୍ଚ ମୀନକେତନ ସେନାପତି ଯୋଗ ଦେଇଥିଲେ। ଗ୍ରାମର ପାର୍ଥସାରଥୀ ନାୟକ, ଶରତ କର, ବିଷ୍ଣୁଚନ୍ଦ୍ର ଦାଶ, ରମାକାନ୍ତ ନାଥ, ପ୍ରଭାତ ରାଉଳ, ନୀଳମାଧବ ସେନାପତି, ରବିନ୍ଦ୍ର ପାତ୍ର, ବାଇଧର ହାତୀ, ପି. ଦୃଷିକେଶ, କୈଳାସ ପାତ୍ର, ବିବେକାନନ୍ଦ ନାୟକ, ରାଜେଶ ନାୟକ, ସରୋଜ କର, ହରିହର ନାୟକ, ହରିହର କର, ବ୍ରଜକିଶୋର ଓଝା, ମାଳତୀ ନାୟକ ଓ ଲିଳାବତୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ବରର ମାତା ରଶ୍ମିତା ରାଉଳ, କନ୍ୟାମାତା ରାଜଶ୍ରୀ ପାତ୍ର, ସେବତୀ ରାଉଳ, ଜୟନ୍ତ କୁମାର ରାଉତ, ବାସନ୍ତୀଲତା ରାଉତ, ପ୍ରଫୁଲ୍ଲ କୁମାର ଜେନା, ଚିନ୍ମୟୀ ଜେନା, ସୁଲୋଚନା ପ୍ରଧାନ, ସସ୍ମିତା ବେହେରା, ସସ୍ମିତା ରାଉତ, ସସ୍ମିତା ରାଉଳ, ବିକାଶ ପାତ୍ର, ବିଜୟଲକ୍ଷ୍ମୀ ଦାଶ, ମାମୀ ପାତ୍ର ଓ ମନ୍ଧାକିନୀ ପାତ୍ର ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

