ତିହିଡି, ୧୯.୦୮ : ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ସହଯୋଗରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ, ସୟା, ବାହାବଳପୁର, ଶ୍ୟାମସୁନ୍ଦରପୁର, ଦହପାଣିଆ, ତିଆଡିସାହି ଓ ଗୋବିନ୍ଦପୁର ବହୁମୁଖି ବାତ୍ୟା ଆଶ୍ରୟ ସ୍ଥଳୀରେ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସାମୂହିକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ପରିପ୍ରେକ୍ଷିରେ ସିନ୍ଦୋଳ ପଞ୍ଚାୟତ ଅଧିନ ନୂଆସାହି ବାତ୍ୟା ଆଶ୍ରୟ ସ୍ଥଳୀରେ ଏନଡିଆରଏଫ, ତିହିଡି ଓ ଗଦି ଅଗି୍ନଶମ ଅଧିକାରୀଙ୍କ ତରଫରୁ ଟାସ୍କ ଫୋର୍ସ ଭଲ୍ୟୁଣ୍ଟରର୍ସ, ଏସଏଚଜି ମହିଳା ଓ ସ୍ଥାନୀୟ ଜନସାଧାରଣଙ୍କୁ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ବିଭିନ୍ନ କୌଶଳ ଯଥା ରୁଫ୍ ରେସ୍କ୍ୟୁ, ଫାଆର ରେସ୍କ୍ୟୁ, ଗଛ କଟା ଯନ୍ତ୍ର, ନିଆଁ ଲିଭା ଯନ୍ତ୍ର ଓ ଆଶ୍ରୟ ସ୍ଥଳୀକୁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ସମସ୍ତ ଉପକରଣ ଗୁଡିକୁ ପରିଚାଳନା କରାଇ କିପରି ଲୋକମାନଙ୍କୁ ଉଦ୍ଧାର କରାଯାଏ ତାହା ଉପରେ ଅବଗତ କରାଇଥିଲେ । ଆଶ୍ରୟ ସ୍ଥଳୀର ସଭାପତି ତଥା ସରପଞ୍ଚ ସୁପ୍ରଭା ପାଣିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଓଏସଡିଏମଏର ରାଜ୍ୟ ସଂଯୋଜକ ମେଘନାଦ ବେହେରା, ଜିଲ୍ଲା ପ୍ରୋଗ୍ରାମ ଅଫିର ଅମ୍ଳାନ ଅନୁପମ ସେନାପତି, ବିଡିଓ ବିଡ଼ିଓ ନିରଞ୍ଜନ ବାରିକ, ତହସିଲଦାର ତହସିଲଦାର ସୁବାଶିଷ ସାହୁ, ଅତିରିକ୍ତ ବିଡିଓ ମୀନକେତନ ବାରିକ, ସିଡିପିଓ ବାସନ୍ତୀ ନାଏକ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା.ନିରାକାର ଜେନା, ବ୍ଲକ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, କନିଷ୍ଠ ଯନ୍ତ୍ରୀ, ପିଇଓ, ଏଲଆଇ, ଆରଆଇଙ୍କ ସମେତ ସମସ୍ତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ଆଶ୍ରୟ ସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ ସମିତିର ସଦସ୍ୟମାନେ ସହଯୋଗ କରିଥିବା ବେଳେ ନୋଡାଲ ଏନଜିଓ ତ୍ରିବେଣୀ ଟ୍ରଷ୍ଟର ଅଧ୍ୟକ୍ଷା ରଞ୍ଜୁଲତା ଗାହାଣ ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।

