ଭୁବନେଶ୍ୱର, ୧୭ ଜୁନ୍, ୨୦୨୬:
ପୁରୀ ରେଳ ଷ୍ଟେସନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ , ଭିତ୍ତିଭୂମିର ଉନ୍ନତୀକରଣ, କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ ଟ୍ରେନ୍ ଚଳାଚଳରେ ଅଧିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୂର୍ବତଟ ରେଳପଥ କେତେକ ଟ୍ରେନ୍ ସେବା ଚଳାଚଳରେ ସାମୟିକ ପରିବର୍ତ୍ତନ ଘୋଷଣା କରିଛି।
ନିମ୍ନଲିଖିତ ଟ୍ରେନ ସେବାଗୁଡ଼ିକ ବାତିଲ ରହିବ:
ଚାଲିଥିବା ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ନିମ୍ନଲିଖିତ ଟ୍ରେନ୍ ସେବାଗୁଡ଼ିକ ବାତିଲ୍ ରହିବ:
- ୧୮୪୧୫ ବଡ଼ବିଲ୍–ପୁରୀ ଏକ୍ସପ୍ରେସ୍, ଯାହା ୧୯ ଜୁନ୍ ୨୦୨୬ ରେ ବଡ଼ବିଲ୍ରୁ ଯାତ୍ରା ଆରମ୍ଭ କରିବ।
- ୧୮୪୧୬ ପୁରୀ–ବଡ଼ବିଲ୍ ଏକ୍ସପ୍ରେସ୍, ଯାହା ୧୮ ଜୁନ୍ ୨୦୨୬ ରେ ପୁରୀରୁ ଯାତ୍ରା ଆରମ୍ଭ କରିବ।
- ୧୮୪୧୩/୧୮୪୧୪ ପୁରୀ–ପାରାଦୀପ–ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍, ୧୮ ଏବଂ ୧୯ ଜୁନ୍ ୨୦୨୬ ରେ ବାତିଲ ରହିବ।
ଟ୍ରେନଗୁଡ଼ିକର ଆଂଶିକ ବାତିଲ/ ସଂକ୍ଷିପ୍ତ-ଉତ୍ପ…

