ରାଜନଗର: ଯୁବକଙ୍କୁ ଅବକାରୀ ବିଭାଗର ମାଡ ଅଭିଯୋଗ । ପ୍ରବଳ ମାଡ଼ ସହ ଥାନାରେ ଅଟକ ରଖିଲେ ୧୧ ଘଣ୍ଟା । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ । ଅବକାରୀ ବିଭାଗର ଏସଆଇ ଛାୟାକାନ୍ତ ନାୟକ ଓ ଅନ୍ୟ ୪ କର୍ମଚାରୀଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି । ଚୋରା ମଦ କାରବାରକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବାରୁ ମାଡ଼ ମରାଯାଇଥିବା କହିଛନ୍ତି ବିନୋଦ କୁମାର ଦାସ । ତାଙ୍କ ନାଁରେ ମିଛ ମାମଲା ଦେବା ସହ ଗାଡି ଭିତରେ ନିର୍ମମ ଭାବେ ପିଟିଛନ୍ତି ।
ଏହା ପରେ ତାଙ୍କୁ ରାଜନଗର ଥାନାରେ ପ୍ରାୟ ୧୧ ଘଣ୍ଟା ଧରି ଅଟକ ରଖାଯାଇଥିବା ନେଇ ଅଭିଯୋଗ କରିଛନ୍ତି ବିନୋଦ । ରାଜନଗର ଥାନା ଅନ୍ତର୍ଗତ ବାରଦିଆ ଗାଁରେ ଚୋରା ମଦ କାରବାରକୁ ନେଇ ମୁଖ୍ୟମନ୍ତ୍ରୀ ଓ ଅବକାରୀ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ ବିନୋଦ । ଏହା ପରେ ଗତ ୨୮ ତାରିଖରେ ତାଙ୍କୁ ବାରଦିଆରୁ ରାଜନଗର ଥାନା ଯାଏଁ ଗାଡି ଭିତରେ ଅବକାରୀ ବିଭାଗର ଅଧିକାରୀ ମାଡ଼ ମାରିଥିବା କହିଛନ୍ତି ବିନୋଦ। ଅନ୍ୟପଟେ ଘଟଣା ନେଇ ଅବକାରୀ ବିଭାଗ ଅଫିସରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।

