ନୂଆଦିଲ୍ଲୀ : ସମଗ୍ର ଦେଶରେ ବକ୍ରି ଇଦ ଆଜି ପାଳନ କରାଯାଉଛି । ଏନେଇ ଦେଶର ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ।
ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି କହିଛନ୍ତି, ଇଦ୍-ଉଲ୍-ଅଜହା ଅବସରରେ ସମସ୍ତ ଦେଶବାସୀ, ଖାସ୍ କରି ମୁସଲମାନ ଭାଇ-ଭଉଣୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି । ବକ୍ରି ଇଦର ସମର୍ପଣ, ତ୍ୟାଗ ଏବଂ ବଳିଦାନର ପ୍ରତୀକ । ଏହି ପର୍ବ ଆମେ ମାନବତାର ସେବା କରିବାକୁ ପ୍ରେରଣା ଦିଏ ।

