ତିହିଡି଼, ୨୬.୦୫ : ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧୀନ ନୂଆନନ୍ଦ-ହାଟୁଆରୀ ଗ୍ରାମ ରାସ୍ତାରେ ପୋଲିସ ୨୦. ୫୮ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହି କାରବାରରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ସେମାନେ ବ୍ୟବହାର କରୁଥିବା ଏକ ବାଇକ ଓ ୩ଟି ମୋବାଇଲ ପୋଲିସ ଜବତ କରିଛି । ଏହି ଘଟଣାରେ ଏକ ମାମଲା ୨୦୧/୨୬) ରୁଜୁ ହୋଇଥିବା ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା ଥାନା ପରିସରରେ ଅୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ବାସୁଦେବପୁର ଥାନା ଅଧୀନ ଉରୁଣିଆ ଗ୍ରାମର ମନୋଜ କୁମାର ଦାସ, ଲୁଙ୍ଗାଉରୁଣିଆ ଗ୍ରାମର ଶିବ ସୂତାର ଏବଂ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଚାରିଘରିଆ ଗ୍ରାମର ଗୀତାରାଣୀ ବେହେରା । ଅତିରିକ୍ତ ଏସପି ବେହେରାଙ୍କ ସୂଚନା ଅନୁଯାଇ ସେଦିନ ୩ଜଣ ସନ୍ଦେହଜନକ ଅବସ୍ଥାରେ ଥିବା ଦେଖି ପେଟ୍ରୋଲିଙ୍ଗରେ ଥିବା ଏସଆଇ ପ୍ରକାଶ ନାୟକ ଓ କେତେକ କନେଷ୍ଟବଳ ଆଇଆଇସି ଲୋପାମୁଦ୍ରା ନାୟକଙ୍କୁ ଜଣାଇଥିଲେ । ପରେ ଆଇଆଇସି ନାୟକ ଘଟଣାସ୍ଥଳରେ ପହଞ୍ôଚସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଗୀତାରାଣୀ ଦୀର୍ଘ ୧୫ବର୍ଷ ହେଲା ଏହି କାରବାରରେ ସମ୍ପୃକ୍ତ ଥିବାବେଳେ ତାଙ୍କ ନାଁରେ ୨ଟି ଅବକାରୀ ମକଦ୍ଦମା ରହିଛି ଏବଂ ତାଙ୍କ ବେଆଇନ ନିଶା କାରବାର ଚେର ବିଭିନ୍ନ ଜିଲାକୁ ବ୍ୟାପିଥିବା ସୂଚନା ଦିଆଯାଇଛି । ତେବେ ଏହି କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ତଦନ୍ତ ଚାଲିଥିବା ଅତିରିକ୍ତ ଏସପି ଶ୍ରୀ ବେହେରା କହିଛନ୍ତି ।

