କେନ୍ଦ୍ରାପଡ଼ା: ସମ୍ପତ୍ତି ପାଇଁ ଫିକା ପଡ଼ିଲା ରକ୍ତ ସମ୍ପର୍କ। ଦାଦାକୁ ପଥରରେ ଛେଚି ହତ୍ୟା । ଜମି ପାଇଁ ଦାଦାକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ପୁତୁରା । କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳର ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ଟାଉନ ଥାନା ଅନ୍ତର୍ଗତ ସାଆନ୍ତସାହିର ବାବୁଲା ବାରିକ। ଦୀର୍ଘଦିନ ହେବ ଦାଦା ପୁତୁରାଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା ।
ଗତକାଲି ବିଳମ୍ବିତ ରାତିରେ ବିବାଦ ଉଗ୍ରରୂପ ଧାରଣ କଲା । ପ୍ରଥମେ ଦାଦା ପୁତୁରା ମଧ୍ୟରେ ପାଟିତୁଣ୍ଡ ପରେ ହାତାହାତି । ପୁତୁରା ହିମାଂଶୁ ରାଗିଯାଇ ଏକ ପଥରେ ଦାଦା ବାବୁଲା ମୁଣ୍ଡକୁ ଛେଚି ହତ୍ୟା କରିଛି । ହତ୍ୟା ପରେ ପୁତୁରା ହିମାଂଶୁ ବରିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ମାମଲାର ତଦନ୍ତ କରୁଛି ।
ସେହିପରି ଦୁଇ ଦିନ ତଳେ ସୋରରେ ଜମିବାଡ଼ି ବିବାଦକୁ ନେଇ ବାପାକୁ ହାଣିଲା ପୁଅ । ଗୋଡ଼େଇ ଗୋଡ଼େଇ କଟୁରୀରେ ଦୁଇ ପୁଅ ହାଣିଥିବା ବେଳେ ବାପା ଗୁରୁତର ଆହତ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ସୋର ତୁଣ୍ଡପଡା ଗାଁର ଗଣେଶ ବାରିକ ତାଙ୍କ ଜମିରୁ ଭାଗ ନଦେବାରୁ ଦୀର୍ଘଦିନ ଧରି ବାପା ଓ ଦୁଇ ପୁଅଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।

