ବାମପଦା ସ୍ଥିତ ନୋଷି ବିଜିନେସ ପାର୍କର ଅଡିଟେରିୟମ ହଲ୍ ପରିସରରେ ଆଜି ପୂର୍ବାହ୍ନ, ୧୧ଘଟିକା ରେ ବାଲେଶ୍ୱର ଜିଲ୍ଲା ବିଜେପିର ଦିନ ଦୟାଲ ଉପାଧ୍ୟାୟ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ଶେଖରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜିଲ୍ଲା ପ୍ରଶିକ୍ଷିଣ ଶିବିରରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବେଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲା ପ୍ରଭାରୀ ଗୌତ୍ତମ ରାୟ ରାଜ୍ୟ ସରକାରଙ୍କ ଉପ ମୂଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବର୍ଗ ପ୍ରଭାରୀ ଆଶୁତୋଷ ପରିଡ଼ା, ସହ ପ୍ରଭାରୀ ତଥା ରାଜ୍ୟ ବିଜେପି ପ୍ରବକ୍ତା ହିତେଶ ମହାପାତ୍ର ପ୍ରମୁଖ ଉଦଘାଟନୀ ସମାରୋହରେ ମଞ୍ଚାସୀନ ରହି ନିଜ ବକ୍ତବ୍ୟରେ ଶିବିରାର୍ଥିଙ୍କୁ ପ୍ରଶିକ୍ଷଣ ସମ୍ବଦ୍ଧରେ ବାର୍ତ୍ତା ରଖିଥିଲେ, ଜିଲ୍ଲା ସାଧାରଣ ସମ୍ପାଦକ ତଥା ବର୍ଗ ପ୍ରମୁଖ ଚନ୍ଦ୍ର ଶେଖର ନନ୍ଦ ମଞ୍ଚ ପରିଚାଳନା କରିଥିଲେ , ୨ଦିନ ଧରି ଏହି ପ୍ରଶିକ୍ଷଣ ବର୍ଗ ଚାଲିବ ଏହି ବର୍ଗରେ ବିଜେପି ଜିଲ୍ଲା କମିଟି, ରାଜ୍ୟ ପଦାଧିକାରୀ, ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ,ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ପୂର୍ବତନ ବିଧାୟକ ପୂର୍ବତନ ସାଂସଦ, ବ୍ଲକ୍ ଚେୟାର ମ୍ୟାନ, ମୁନିଶି ପାଲିଟି ଚେୟାର ମ୍ୟାନ ପୂର୍ବତନ ଜିଲ୍ଳା ସଭାପତି ମାନେ ଶିବୀରାର୍ଥି ଭାବରେ ଉପସ୍ଥିତ ଥିଲେ , ଦୁଇ ଦିନରେ ମୋଟ ୧୭ ସତ୍ର ହେବାକୁ ଥିବା ବେଳେ ଆଜି ପ୍ରଥମ ଦିବସ ରେ ମୋଟ ୭ ଟି ଶତ୍ର ହୋଇଥିଲା।, ପ୍ରଥମ ସତ୍ର ର ପ୍ରଶିକ୍ଷକ ଭାବେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଥିବା ବେଳେ ପୂର୍ବତନ ଜିଲ୍ଳା ସଭାପତି ତଥା ଉତ୍ତର ବାଲେଶ୍ୱର ସାଙ୍ଗଠନିକ ଜିଲ୍ଲା ପ୍ରଭାରୀ ଉମାକାନ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିଲେ, ସେହି ଭଳି ଭାବରେ ୨ୟ ସତ୍ର ରେ ସୁରଥ ବିଶ୍ୱାଳ ପ୍ରଶିକ୍ଷକ ଭାବେ ଯୋଗଦାନ କରିଥିବା ବେଳେ ରାଜ୍ଯ କାର୍ଯ୍ୟକାରୀଣି ସଦସ୍ୟା ସୁଷମା ରାଣୀ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ, ୩ୟ ସତ୍ର ର ପ୍ରଶିକ୍ଷକ କବି ବିଷ୍ଣୁ ଶତପଥୀ ଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା ଅଧ୍ୟକ୍ଷତା କରିଥିଲେ, ୪ର୍ଥ ସତ୍ର ରେ ସାରଦା ପ୍ରସନ୍ନ ସତପଥୀ ପ୍ରଶିକ୍ଷକ ଥିବା ବେଳେ ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ଅଧ୍ୟକ୍ଷତା କରିଥିଲେ। ପଞ୍ଚମ ସତ୍ର ଠାକୁର ରଞ୍ଜିତ ଦାସ ଅଧ୍ୟକ୍ଷତା କରିବା ସହ ଗୌତମ ରାୟ ପ୍ରଶିକ୍ଷଣ ଦେଇଥିଲେ, କାର୍ଯ୍ଯକ୍ରମ ପ୍ରାରମ୍ଭ ରେ ବନ୍ଦେ ମାତରମ୍, ଶେଷରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯାଇଥିଲା ତତ୍ ସହ ସମସ୍ତ ସତ୍ର ପ୍ରାରମ୍ଭ ରେ ସାମୂହିକ ସଙ୍ଗୀତ ଗାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଉପ ସଭାପତି ବିଜୟ ସାହୁ, ରାଜେଶ ମହାପାତ୍ର, ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ଶଶିକାନ୍ତ ମିଶ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁସ୍ମିତା ପଣ୍ଡା ପ୍ରମୁଖ ମଞ୍ଚ ଦାୟିତ୍ୱ ରେ ଥିବା ବେଳେ ଜିଲ୍ଲା ଗଣ ମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ଓ ସହ ସଂଯୋଜକ ରଣଜିତ୍ ପୃଷ୍ଟି ଗଣମାଧ୍ୟମ ଦାୟିତ୍ୱ ସମ୍ପାଦନ କରିବା ସହିତ ଶିବିରର ପଞ୍ଜିକରଣ ବ୍ୟବସ୍ଥା ବୁଝିଥିଲେ, ଜିଲ୍ଲା କୋଷାଧକ୍ଷ ମୋହିତ ପୋଦ୍ଦାର, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ନାରାୟଣ ମହନ୍ତ, ଯୁବ ନେତା ସୂର୍ ଝଙ୍କାର ସେଠୀ, ସୁମନ୍ତ ମହାଳିକ, ସୁରଜ୍ ବିଶାଲ ନିଗମାନନ୍ଦ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

