ତିହିଡି- ସାରା ରାଜ୍ୟ ଏବେ ତେଲ ସଙ୍କଟ ଦେଇ ଗତି କରୁଛି l ନେତା ମନ୍ତ୍ରୀ ନିଜ ଗସ୍ତ କାଣ୍ଟ ଛାଣ୍ଟ କରୁଥିବା ବେଳେ, ଖୋଦ ରାଜ୍ୟର ମୁଖିଆ ନିଜ କାରକେଡ଼ ରେ ଗାଡି କମାଇ ଦେଇଛନ୍ତି। ଗତ କାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ପେଟ୍ରୋଲ ପମ୍ପରେ ଲମ୍ବା ଧାଡି ଗଣମାଧ୍ୟମର ଶିରୋନାମା ପାଲଟିଛି l କିଛି ପେଟ୍ରୋଲ ପମ୍ପରେ ତେଲ ମିଳୁଥିବା ବେଳେ ଅଧିକାଂଶ ପେଟ୍ରୋଲପମ୍ପରେ ବର୍ତ୍ତମାନ ତାଲା ଦେଖିବାକୁ ମିଳିଛି l

ଯେଉଁ ସୀମିତ ପେଟ୍ରୋଲ ପମ୍ପ ଖୋଲା ରହିଛି ସେଠି ଲୋକଙ୍କର ଲାଗୁଛି ଲମ୍ବା ଲାଇନ l ଗତ କାଲି ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ହେବା ପରେ ଗାଡି ଧରି ପେଟ୍ରୋଲ ପମ୍ପ ରେ ଲମ୍ବା ଲାଇନରେ ଡହ ଡହ ଖରାରେ ଲୋକମାନେ ଛିଡା ହୋଇ ରହୁଛନ୍ତି l ଲାଗୁଛି ସତେ ଯେମିତି ପେଟ୍ରୋଲ ପମ୍ପରେ ତେଲ ଟିକେ ପକାଇବା ପାଇଁ ପ୍ରତିଯୋଗିତା ଚାଲିଛି l ଏଭଳି ପରିସ୍ଥିତିରେ ପରିବହନ ଠପ୍ ହେବା ଭଳି ପରିସ୍ଥିତି ଉପୁଜି ଥିବା ସମୟରେ ପେଟ୍ରୋଲ ପମ୍ପରୁ ଟ୍ରାକ୍ଟର ଲଗାଇ ଶହ ଶହ ବ୍ୟାରେଲ ତେଲ ବୋହି ନେଉଛନ୍ତି ଚିଙ୍ଗୁଡ଼ି ଫାଇନାନ୍ସର ଏବଂ ଚାଷୀ l ଗାଡିରେ ପେଟ୍ରୋଲ ପମ୍ପ ନିର୍ଦ୍ଧାରିତ ତେଲ ଦେଉଥିବା ବେଳେ ଚିଙ୍ଗୁଡ଼ି ଫାଇନାନ୍ସରମାନେ ଦର ବୃଦ୍ଧି ହେବା ଭୟରେ ଟ୍ରାକ୍ଟର ଲଗାଇ ଦିନ ତମାମ ତେଲ ବୋହି ନେଉଥିବା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସିରେ ଥିବା ଇଣ୍ଡିଆନ ଅଏଲ ଏବଂ ଏଚପି ପେଟ୍ରୋଲ ପମ୍ପ, ଘଣ୍ଟେଶ୍ୱର ଗଦି ବରଦା ଇଣ୍ଡିଆନ ଅଇଲ ପମ୍ପ ପରିସରରେ l କୌଣସି ପ୍ରଶାସନିକ ଅଧିକାରୀଙ୍କର ଏଥିପ୍ରତି ନଜର ପଡୁନଥିଲା ବେଳେ ଜନ ସାଧାରଣ ତେଲ ଟିକେ ପାଇବା ପାଇଁ ଦୀର୍ଘ ସମୟ ଲାଇନରେ ଛିଡା ହୋଇ ରହୁଛନ୍ତି। ଯଦି ପେଟ୍ରୋଲ ପମ୍ପ ମାଲିକ ମନା କରୁଛନ୍ତି ଜାରରେ ଦେବା ପାଇଁ ସେଠି ପାଟି ତୁଣ୍ଡ କରିବାକୁ ବି ପଛାଉ ନାହାନ୍ତି ଜାର ଆଣିଥିବା ଲୋକ ମାନେ. ଯାହାକୁ ନେଇ ମାଲିକ ମାନେ ବି ଚିନ୍ତାରେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

