ତିହିଡି- ବିଭିନ୍ନ ସମୟରେ ସେବା କାର୍ଯ୍ୟ କରି ସମାଜର ସମସ୍ତ ମହଲରୁ ଉଚ୍ଚ ପ୍ରଶଂସିତ ହୋଇଥିବା ସମାଜସେବୀ ତ୍ରିଲୋଚନ ଓ ତାଙ୍କ ଧର୍ମପତ୍ନୀ ସୁମିତ୍ରାଙ୍କୁ ସେବା ଓ ସମାଜ ସଂସ୍କାରକ ସମ୍ମାନରେ ସମ୍ମାନୀତ କରା ଯାଇଛି। ବୃକ୍ଷ ରୋପଣ, କମ୍ବଳ ବଣ୍ଟନ, ଜଳଛତ୍ର , ରକ୍ତଦାନ, ସବୁବେଳେ ସାମାଜିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଥିବା ତଥା ଯକ୍ଷ୍ମା ରୋଗର ନିରାକରଣ ପାଇଁ ସଚେତନତା ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ କରିଥିବା ତ୍ରିଲୋଚନ ମହାଳିକ ଓ ତାଙ୍କ ଧର୍ମପତ୍ନୀ ସୁମିତ୍ରା ମହାଳିକଙ୍କୁ ନବଜୀବନ ଫାଉଣ୍ଡେସନ ତରଫରୁ ସେବା ଓ ସମାଜ ସଂସ୍କାରକ ସମ୍ମାନରେ ସମ୍ମାନୀତ କରା ଯାଇଛି। ନବଜୀବନ ଫାଉଣ୍ଡେସନ ଓଡ଼ିଶା ତରଫରୁ ହୃଦାନନ୍ଦ କଲ୍ୟାଣ ମଣ୍ଡପ ହସନାବାଦ ଧୁଷୁରି ଠାରେ ଅନୁଷ୍ଠିତ ନବମ ବାର୍ଷିକ ଉତ୍ସବରେ ଉଭୟ ନବ ଦମ୍ପତିଙ୍କୁ ସେବା ଓ ସମାଜ ସଂସ୍କାରକ ସମ୍ମାନରେ ସମ୍ମାନୀତ କରା ଯାଇଥିଲା। ସମାଜରେ ଥିବା କୁସଂସ୍କାର ଓ କୁୠତିକୁ ହଟାଇବା ସହ ସମାଜ ପରିବର୍ତ୍ତନ ପାଇଁ ଏମିତି ଦୃଢ଼ ନିଷ୍ପତ୍ତି ଆବଶ୍ୟକ ବୋଲି ଆୟୋଜକ ମଣ୍ଡଳୀ ଆଲୋଚନା କରିବା ସହ ଉଭୟ ନବ ଦମ୍ପତିଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବାମୀ ବସୁପ୍ରଦାନନ୍ଦ ଜୀ ମହାରାଜ, ସାମ୍ବାଦିକ ତଥା ଟିଭି ଉପସ୍ଥାପକ ଭବାନୀ ଶଙ୍କର ମହାପାତ୍ର, ସାମ୍ବାଦିକ ତଥା ସ୍ତମ୍ଭକାର ସତୀଶ ମିଶ୍ର, ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପ୍ରତନିଧି ଅଶୋକ ପୁହାଣ, ଓଡ଼ିଶା ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦିକା ମଧୁମିତା ସେଠୀ, ନବଜୀବନ ଫାଉଣ୍ଡେସନ ଓଡ଼ିଶାର ମୁଖ୍ୟ ମାନସ ରଞ୍ଜନ ସାହୁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗଦାନ କରି ତ୍ରିଲୋଚନ ଓ ତାଙ୍କ ଧର୍ମପତ୍ନୀ ସୁମିତ୍ରାଙ୍କୁ ସେବା ଓ ସମାଜ ସଂସ୍କାରକ ସମ୍ମାନରେ ସମ୍ମାନୀତ କରିଥିଲେ। ତିହିଡରୁ ସଞ୍ଜୟ ଦାସଙ୍କ ରିପୋର୍ଟ।

