କଣ୍ଟାବାଞ୍ଜି: ଭାଲୁ ଆକ୍ରମଣ, ଜଣେ ଗୁରୁତର । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରନି ନୂଆପଡ଼ା ଗାଁ ରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଟିକେ କେତକୀ । ଟିକେ ସବୁ ଦିନ ଭଳି ଗାଁ ପାଖ ଜଙ୍ଗଲକୁ ଶୌଚ ପାଇଁ ଯାଇ ସେଠାରୁ ମହୁଲ ଗୋଟାଇ ଘରକୁ ଫେରିଥାନ୍ତି । ତେବେ ଆଜି ଭୋର ସକାଳୁ ସେ ଶୌଚ ପାଇଁ ଯାଇଥିବା ବେଳେ ଅଚାନକ ଜଙ୍ଗଲି ଭାଲୁ ଆକ୍ରମଣ କରିଛି। ଭାଲୁ ଆକ୍ରମଣରେ ଟିକେ କେତକୀଙ୍କ ମୁହଁ ଗଭୀର ଆଘାତ ଲାଗିଥିବା ବେଳେ ହାତରେ ମଧ୍ୟ ଆଘାତ ଲାଗିଛି।
ବର୍ତ୍ତମାନ କଣ୍ଟାବାଞ୍ଜି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଉଛନ୍ତି । ଟିକେ କେତକୀ ଗରୀବ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ସରକାରୀ ସାହାର୍ଯ୍ୟ କରାଯାଉ ବୋଲି ତାଙ୍କ ସମ୍ପର୍କୀୟ ଅନୁରୋଧ କରିଛନ୍ତି ।

