ମୟୂରଭଞ୍ଜ: ବନ ଅଧିକାରୀଙ୍କୁ ମାଡ଼, ଭାଙ୍ଗିଲେ ଗାଡି । ମୟୂରଭଂଜ ଡୁକୁରା ବନାଞ୍ଚଳ ବହଳଦା ଗ୍ରାମରେ ବନ ବିଭାଗ ଉପରେ ଗ୍ରାମବାସୀଙ୍କ ଆକ୍ରମଣ । ଗାଁ ନିକଟରେ ପଶିଥିବା ହାତୀ ଘଉଡ଼ାଇଵାକୁ ଆସିଥିବା ବେଳେ ଉତ୍ୟକ୍ତ ଲୋକେ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ମାଡ଼ ମାରିଛନ୍ତି । ଏହାସହ ଗାଡି ଭାଙ୍ଗିଲେ ଗ୍ରାମବାସୀ । ଆକ୍ରମଣରେ ଡୁକୁରା ବନାଞ୍ଚଳ ଫରେଷ୍ଟର ଖଗେଶ୍ୱର ସେଠି, ୨ ଫରେଷ୍ଟ ଗାର୍ଡ ଏବଂ ୩ କର୍ମଚାରୀ ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ଫରେଷ୍ଟ ଗାର୍ଡ। ପରେ ଘଟଣାସ୍ଥଳରେ ଖୁଣ୍ଟା ପୋଲିସ ପହଁଚି ସେମାନଙ୍କୁ ଉଦ୍ଧାର କରିଛି ।
ଗତକାଲି କୋରାପୁଟ ଜିଲ୍ଲା ମୋଟୁ ବନବିଭାଗକୁ ବଡ ସଫଳତା ମିଳିଛି ! । ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଚାଲାଣ ବେଳେ ଚେକପୋଷ୍ଟରେ ମାଡ଼ି ବସିଲା ବନବିଭାଗ । ଚଢାଉରେ ଡ୍ରାଇଭରକୁ ଗିରଫ କରିବା ସହ ୭୬୧ଟି କଇଁଛ ଜବତ ହୋଇଥିଲେ । ଜବତ କଇଁଛ ଗୁଡ଼ିକର ଆନୁମାନିକ ମୂଲ୍ୟ ୭ଲକ୍ଷ ଟଙ୍କା ହେବ । ଏହି କଇଁଛ ଗୁଡ଼ିକୁ ମୋଟୁ ଥାନା MPV-83 ଗ୍ରାମର ଦଲାଲ ଶକ୍ତିପଦ ଗାଇନଙ୍କ ପାଖକୁ ଯାଇଥିଲା ।

