ଆଇପିଏଲ ମହାସମରରେ ପ୍ରତିଦିନ ରୋମାଞ୍ଚକ ମ୍ୟାଚ ଦେଖିବାକୁ ମିଳୁଛି । ଆଇପିଏଲ ପଏଣ୍ଟ ଟେବୁଲରେ ପଞ୍ଜାବ୍ କିଙ୍ଗସ୍ ଶୀର୍ଷରେ । ଏଯାଏଁ କୌଣସି ମ୍ୟାଚ୍ ହାରିନି ପଞ୍ଜାବ । ରବିବାର ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷରେ ମ୍ୟାଚ୍ ଜିତିଥିଲା ପଞ୍ଜାବ । ଆଉ ଏହି ମ୍ୟାଚରେ ଅନେକ କ୍ୟାଚ୍ ମିସ୍ କରିଥିଲା ଦଳ । ଟିମର ଜଣେ ଖେଳାଳି ଏତେ କ୍ୟାଚ୍ ମିସ୍ କରିଥିଲେ ଯେ, ଶେଷରେ ଅଧିନାୟକ ଶ୍ରେୟସ ଆୟର ଟୋପିରେ ତାଙ୍କ ମୁହଁ ଲୁଚାଇଥିଲେ ।
ପଞ୍ଜାବ କିଙ୍ଗସର ଖେଳାଳି ଶଶାଙ୍କ ସିଂ ଏତେ କ୍ୟାଚ୍ ମିସ୍ ହୋଇଛି ଯେ, ଲାଗୁଥିଲା ଯେମିତି ମ୍ୟାଚ୍ ହାତରୁ ଚାଲି ନଯାଉ । ଦଳର ଗୋଟିଏ ଖେଳାଳି ଲଗାତାର କ୍ୟାଚ୍ ଛାଡି ସମସ୍ତଙ୍କ ଆଇ କ୍ୟାଚିଂ ହୋଇଯାଇଥିଲେ । ଯିଏକି ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ତିନୋଟି କ୍ୟାଚ୍ ଛାଡିଥିଲେ । ଯାହା ପ୍ରଶିକ୍ଷକ ଏବଂ ଅଧିନାୟକଙ୍କ ମଧ୍ୟରେ ବିରକ୍ତି ଭାବ ସୃଷ୍ଟି କରିଥିଲା । କିନ୍ତୁ ଶେଷରେ ମ୍ୟାଚ୍ ଜିତିବା ପରେ ଆଶ୍ୱସ୍ତି ଆଣିଥିଲା ।
ଏମିତି ସ୍ଥିତି ହେଲା ଯେ, କ୍ୟାପଟେନ୍ ଶ୍ରେୟସ ଆୟର କ୍ୟାଚ୍ ଛାଡିଥିବା ଖେଳାଳିଙ୍କ ମୁହଁକୁ ତାଙ୍କ କ୍ୟାପ୍ ଦ୍ୱାରା ଘୋଡାଇ ଦେଇଥିଲେ । ମ୍ୟାଚ୍ ପରେ ଅଧିନାୟକ ଶ୍ରେୟସ ଆୟରଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ଶଶାଙ୍କ ସିଂହଙ୍କ ମୁହଁକୁ ତାଙ୍କ କ୍ୟାପ୍ ଦ୍ୱାରା ଘୋଡାଇ ଦେଇଥିଲେ । ଖେଳାଳିମାନଙ୍କ ହାତ ମିଳାଇବା ସମୟରେ ଏହି ଦୃଶ୍ୟ ଘଟିଥିଲା ।
ଶଶାଙ୍କ ସିଂହ ୧୪ତମ ଓଭରରେ LSG ବ୍ୟାଟସମ୍ୟାନ୍ ନିକୋଲାସ୍ ପୁରନଙ୍କୁ ୟୁଜଭେନ୍ଦ୍ର ଚହଲଙ୍କ ବଲରେ ତାଙ୍କର ପ୍ରଥମ କ୍ୟାଚ୍ ଛାଡିଥିଲେ । ଶଶାଙ୍କ ୧୮ ତମ ଓଭରରେ ବାଉଣ୍ଡ୍ରୀରେ ତାଙ୍କର ଦ୍ୱିତୀୟ କ୍ୟାଚ୍ ଛାଡିଥିଲେ । ଯେତେବେଳେ ଏଡେନ୍ ମାର୍କରାମ ଏକ ବଡ଼ ସଟ୍ ମାରିବାକୁ ଚେଷ୍ଟା କରିଥିଲେ । ଶଶାଙ୍କଙ୍କ ବିଫଳତା ଦେଖି ଡଗଆଉଟରେ ବସିଥିବା ରିକି ପଣ୍ଟିଂ ଠିଆ ହୋଇ କ୍ରୋଧିତ ଦେଖାଯାଉଥିଲେ । ମାତ୍ର ଗୋଟିଏ ଓଭର ପରେ ଶଶାଙ୍କ ସିଂହ ତାଙ୍କର ତୃତୀୟ କ୍ୟାଚ୍ ଛାଡିଲେ । LSGର ମୁକୁଲ ଚୌଧରୀଙ୍କ କ୍ୟାଚ୍ । ଡିପ୍ ସ୍କୋୟାର ଲେଗରୁ ଦୌଡ଼ି ସେ ବଲ୍ ଧରିଥିଲେ କିନ୍ତୁ ତାଙ୍କର ଗ୍ରୀପ୍ ହରାଇବାରୁ ଏହା ଖସିଗଲା ।
ଶ୍ରେୟସ ଆୟର ହସି ହସି ରହିଗଲେ, କିନ୍ତୁ ଡଗ୍ ଆଉଟରେ ବସିଥିବା ରିକି ପଣ୍ଟିଂ ଅଧିକ ଗମ୍ଭୀର ଏବଂ କ୍ରୋଧିତ ଦେଖାଗଲେ । ଅଧିନାୟକ ଶ୍ରେୟସ ଆୟରଙ୍କୁ ମଧ୍ୟ ଶଶାଙ୍କ ସିଂହଙ୍କ ସହିତ ମଜା କରୁଥିବାର ଦେଖାଯାଇଥିଲା ।

