ନୂଆଦିଲ୍ଲୀ : ଗତବର୍ଷ ଜମ୍ମୁ କଶ୍ମୀର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ସମଗ୍ର ଦେଶକୁ ସ୍ତବ୍ଧ କରିଥିଲା । ଏହି ଆତଙ୍କୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଚାଲିଯାଇଥିଲା । ଏବେ ପହଲଗାମର ସୁରକ୍ଷାକୁ କଡ଼ା କରିବା ପାଇଁ ପ୍ରତି ସ୍ଥାନରେ କ୍ୟୁଆର କୋଡ୍ ଲଗାଇଛି । ଏହି ପାର୍ବତୀୟ ଅଞ୍ଚଳରେ କାମ କରୁଥିବା ଲୋକ, ଟ୍ୟାକ୍ସି ଡ୍ରାଇଭର, ଖଚର ଚଲାଉଥିବା ଲୋକ ଏବଂ ଲୋକଙ୍କୁ ଏକ କ୍ୟୁଆର କୋର୍ଡ ଦିଆଯାଇଛି । ଏହାକୁ ସେମାନେ ବେକରେ ଆଇକାର୍ଡ ଭଳି ଝୁଲାଇବାକୁ ହେବ । ଏହାକୁ ଗୁଗଲ୍ ଲେନ୍ସ ଦ୍ବାରା ସ୍କାନ କରି ବ୍ୟକ୍ତିର ସମସ୍ତ ବିବରଣୀ ମୋବାଇଲରେ ଦେଖିପାରିବେ ।
ଏହି କ୍ୟୁଆର କୋଡ୍ ସ୍କାନ କରିବା ପରେ ବ୍ୟକ୍ତିଙ୍କ ନାମ, ଠିକଣା, ଫୋନ ନମ୍ବର ଏବଂ ଆଧାର କାର୍ଡ ନମ୍ବର, ପିନ କୋର୍ଡ ସବୁକିଛି ଜଣାପଡିଛି । ଗତବର୍ଷ ପହଲଗାମରେ ହୋଇଥିବା ଆକ୍ରମଣରେ ୨୬ ଜଣଙ୍କ ଜୀବନ ଚାଲିଯାଇଥିଲା । ଏହାପରେ ସ୍ଥାନୀୟ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏଭଳି ପଦକ୍ଷେପ ନେଇଛି ।
ସ୍ଥାନୀୟ ପୋଲିସ କହିବା ମୁତାବକ, ଏହା ଦେଶର ସବୁଠାରୁ ବଡ଼ ପରିଚୟ ଅଭିଯାନ । ଏହାର ଉଦ୍ଦେଶ୍ୟ ୨୫ ହଜାର ଲୋକଙ୍କୁ ଏକ ଆଇଡିଣ୍ଟିଟ୍ ସିଷ୍ଟମ ଅଧିନରେ ଆଣିବା । ପହଲଗାମ ଅଞ୍ଚଳରେ ପ୍ରାୟ ୭ ହଜାର ଲୋକଙ୍କୁ କ୍ୟୁଆର କୋଡ୍ ଦିଆଯାଇଛି । ଏହାକୁ ପାଇବା ପାଇଁ ପ୍ରଥମେ ଏକ ଭେରିଫିକେସନ ଫର୍ମ ଜମା କରିବାକୁ ହେବ । ପୋଲିସ ସମସ୍ତ ଜିନିଷ ଚେକ୍ କରିବା ପରେ କ୍ୟୁଆର କୋର୍ଡ ଦିଆଯିବ । ଯଦି କୌଣସି ଅପରାଧିକ ମାମଲା ରହିଥାଏ, ତେବେ କ୍ୟୁଆର କୋର୍ଡ ଜାରି କରାଯିବ ନାହିଁ ।
ପହଲଗାମର ୧୭/୧୮ଟି ସ୍ଥାନ ଏପରି ରହିଛି, ଯେଉଁଠିକୁ ଅଧିକ ମାତ୍ରାରେ ପର୍ଯ୍ୟଟକ ଆସନ୍ତି । ଏହି ଅଞ୍ଚଳରେ ରହୁଥିବା ଲୋକଙ୍କୁ ପ୍ରଥମେ କ୍ୟୁଆର କୋର୍ଡ ଦିଆଯାଉଛି । ଏହି କ୍ୟୁଆର କୋର୍ଡକୁ କେବଳ ସୁରକ୍ଷାକର୍ମୀ ନୁହେଁ ବରଂ ଟୁରିଷ୍ଟ ମଧ୍ୟ ସ୍କାନ କରିପାରିବେ । ପହଲଗାମରେ ପ୍ରାୟ ୩୫୦୦ ଖଚର ସର୍ଭିସ ଯୋଗାଉଛନ୍ତି । ଏହାଛଡା ଜିନିଷ ବିକ୍ରି କରୁଥିବା, ଫଟୋଗ୍ରାଫର ଏବଂ ଫ୍ରିଲାନ୍ସ ଗାଇଡ ରହିଛନ୍ତି । ସୂଚନାଯୋଗ୍ୟ, ବୈସରଣରେ ଆତଙ୍କୀ ଆକ୍ରମଣ ପରେ କିଛି ସ୍ଥାନୀୟ ଲୋକ ଆତଙ୍କୀଙ୍କ ସହିତ ସାମିଲ ହେବା ସନ୍ଦେହ କରାଯାଉଛି । ତେଣୁ ଏଭଳି ପଦକ୍ଷେପ ନିଆଯାଇଛି ।

