ଭଦ୍ରକ: ବେଆଇନ ଗୋ ମାଂସ ଗାଡ଼ି ଜବତ, ଜଣେ ଗିରଫ, ଜଣେ ଫେରାର । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଧାମନଗର ହବିବ ନଗର ରୁ ଏକ ରେସ ଲେଖା ଏକ ସ୍ୱଫଟି ଡିଜେଆର କାର ଗାଡ଼ି ଟି ଗୋ ମାଂସ ବୋଝେଇ ଭଦ୍ରକ ଅଭିମୁଖେ ଆସୁଥିଲା । ଏହାକୁ ଖବର ପାଇ ଗୋ ରକ୍ଷକ ମାନେ ପୋଲିସ କୁ ଖବର ଦେବା ସହ କାର ପିଛା କରିଥିଲେ । ଗ୍ରାମାଞ୍ଚଳ ପୋଲିସର ପେଟ୍ରୋଲିଙ୍ଗ ସମୟରେ ଏହି ଗାଡ଼ି ଟିକୁ ଅଟକାଇଥିଲେ । ହେଲେ ଗାଡ଼ି କୌଶଳ କ୍ରମେ ଖସି ଯାଇଥିଲା । ଏହି ସମୟରେ ଗୋ ରକ୍ଷକ ମାନେ ଏହି ଗାଡିର ପୋଲିସ ସହିତ ପିଛା କରିଥିଲେ ।
ଶେଷରେ ପୁରୁଣା ବଜାର ଥାନା ଅଧିନସ୍ଥ ନାଥ ସାହି ନିକଟରେ ଗୋ ରକ୍ଷକ ମାନେ ଏହି ଗୋ ମାଂସ ବୋଝେଇ କାର ଗାଡ଼ି ଟିକୁ ଅଟକାଇବାରେ ସକ୍ଷମ ହୋଇଥିଲେ । ଗାଡ଼ି ଛାଡି ଦେଇ ଜଣେ ଫେରାର ହୋଇଥିବା ବେଳେ ଅନ୍ୟ ଜଣେ ଧରା ପଡି ଯାଇଥିଲେ । ଘଟଣା ସ୍ଥଳରେ ପୁରୁଣା ବଜାର ପୋଲିସ ଓ ଗ୍ରାମାଞ୍ଚଳ ପୋଲିସ ପହଞ୍ଚିଥିଲେ । ଶେଷରେ ଗାଡ଼ି ଟିକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଜଣେ ଗୋ ମାଫିଆ ଙ୍କୁ ଗିରଫ କରି ଗ୍ରାମାଞ୍ଚଳ ଥାନା କୁ ଆଣିଥିବା ବେଳେ ଏହି କାର ଭିତରେ ଥିବା ୩ କୁଇଣ୍ଟାଲରୁ ଅଧିକ ଗୋ ମାଂସ ଥିବା ନେଇ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ସୂଚନା । ତେବେ ଏହି ଗୋ ମାଂସ ଚାଲାଣ ରେ ଆଉ କେଉଁ ମାନଙ୍କ ସମ୍ପୃକ୍ତ ରହିଛି ତାହା କୁ ନେଇ ଅଧିକ ତଦନ୍ତ ଚଳାଇଛି ଗ୍ରାମାଞ୍ଚଳ ପୋଲିସ ।

