କଟକ : ଯୁବକଙ୍କୁ ମାରିଲା କିଏ । ଯାଜପୁର କାଳିମେଘା ନିକଟରେ ଯୁବକଙ୍କ ଉପରକୁ ଗୁଳିମାଡ଼ ଘଟଣାରେ ଦୁର୍ବୃତ୍ତ ଫେରାର । SCBରେ ଚିକିତ୍ସାଧୀନ ସୌମ୍ୟ ରଞ୍ଜନ ସାମଲଙ୍କ ମୃତ୍ୟୁ। ଏସସିଵିରେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାରବର୍ଗ । ଆମ୍ବୁଲାନ୍ସ ବିଳମ୍ବରେ ଆସିଲା । ଏସ ସି ବି କାଜୁଆଲିଟିରେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଗଲା ନାହିଁ । ଆଜି ଭୋର୍ ସମୟରେ ସୌମ୍ୟଙ୍କର ଜୀବନ ଚାଲିଗଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ହତ୍ୟା ପଛରେ ସୌମ୍ୟଙ୍କ ପତ୍ନୀଙ୍କ ହାତ ଥାଇପାରେ ବୋଲି ଅଭିଯୋଗ ଆଣିଛନ୍ତି ସୌମ୍ୟଙ୍କ ମାଆ । ଗୁଳିମାଡ଼ରେ ଯେଉଁମାନେ ସମ୍ପୃକ୍ତ ତାଙ୍କୁ ଦଣ୍ଡ ମିଳୁ ବୋଲି ସେ କହିଛନ୍ତି ।
ଅନ୍ୟପଟେ ତାଙ୍କ ପତ୍ନୀ ଏହି ଅଭିଯୋଗ ଖଣ୍ଡନ କରିଛନ୍ତି । କହିଛନ୍ତି,ସୌମ୍ୟଙ୍କ ପରିବାର ଲୋକ ତାଙ୍କୁ ନିର୍ଯାତନା ଦେଉଥିଲେ। ଗତକାଲି ଦୋକନରୁ ଫେରୁଥିବା ବେଳେ କେହି ଜଣେ ବାଇକରେ ତାଙ୍କୁ ପିଛା କରୁଥିଲେ । ଆଉ ବଂଚିବିନି ବୋଲି ଫୋନରେ କହିଥିଲେ ବୋଲି ସୌମ୍ୟଙ୍କ ସ୍ତ୍ରୀ କହିଛନ୍ତି । ତେବେ କିଏ ଗୁଳି କଲା, କାହିଁକି ହତ୍ୟା କଲା, ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ରାତିରେ କେହି ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ SCBରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କୁଆଁସରପୁର ଅଞ୍ଚଳର ସୋମ୍ୟ ରଞ୍ଜନ ସାମଲ । ଯାଜପୁର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି ।

