ବ୍ରହ୍ମପୁର: ଗଞ୍ଜାମରେ ଚାଲିଛି ଲୋକ ନୃତ୍ୟ ଦଣ୍ଡଯାତ୍ରା । ସର୍ବ ପୁରାତନ ଲୋକ ନୃତ୍ୟ ଦଣ୍ଡଯାତ୍ରାର ଅପରୂପ ଦୃଶ୍ୟ । ପଲ୍ଲୀରୁ ସହର ସବୁଠି ପ୍ରତିଫଳିତ ହେଉଛି । ମେରୁ ସଂକ୍ରାନ୍ତିର ୨୧ଦିନ କିମ୍ବା ୧୮ଦିନ କିମ୍ବା ୧୫ ଦିନ କିମ୍ବା ୧୩ ଦିନ ପୂର୍ବରୁ ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହୋଇଥାଏ । ଏଣୁ ଏବେ ଗଞ୍ଜାମ ଜିଲ୍ଲାର ପଲ୍ଲୀଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଶିବ କାଳୀଙ୍କୁ ଧରି ବାହାରିଛି ଦଣ୍ଡ ଯାତ୍ରାର ପଟୁଆର । ଅତ୍ୟନ୍ତ ନିଷ୍ଠା ଓ ଏକାଗ୍ରତା ମଧ୍ୟରେ ମାନସିକଧାରୀ ମାନେ ଧୂଳିଦଣ୍ଡ, ଅଗ୍ନିଦଣ୍ଡ ଓ ପାଣି ଦଣ୍ଡ ଖେଳିଥାନ୍ତି ।
ସୂଚନାଯୋଗ୍ୟ, ଗତବର୍ଷ ଆରମ୍ଭ ହୋଇଥିଲା ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ଦଣ୍ଡଯାତ୍ରା । ଦୁଲୁକୁଛି ଗାଁ ଦାଣ୍ଡ । ଉତ୍ସବମୁଖର ପୁରା ପରିବେଶ । କବିସୂର୍ଯ୍ୟନଗର, ଗୁଡିଆଳି ଭଳି ଅନେକ ଗାଁରେ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଥିଲା ବେଳେ ଗାଁ ପୋଖରୀରେ ପୂଜାର୍ଚ୍ଚନା ସହ ଗାଁ ବୁଲିବା ଆରମ୍ଭ କରିଦେଇଥିଲେ ମା କାଳିଶି ।
ଚୈତ୍ର ମାସ ଆସିଗଲେ ମାନସିକଧାରୀ ମାନେ ନିଜ ନିଜର ମାନସିକ ପୂରଣ ନିମନ୍ତେ ଏହି ଦଣ୍ଡଯାତ୍ରାରେ ସାମିଲ ହୋଇଥିଲା । ଦେହରେ ଗେରୁଆ ବସ୍ତ୍ର ପରିଧାନ କରିବା ସାଙ୍ଗକୁ ହାତରେ ମାଆଙ୍କ ବାନା ଓ ମୟୂର ପିଂଛ ଧରି ମାନସିକଧାରୀ ମାନେ ଗାଁକୁ ଗାଁ ବୁଲି ଦଣ୍ଡ ଗ୍ରହଣ କରିବା ସହ ଦଣ୍ଡ ଖେଳିଥିଲେ । ଏହି ଦଣ୍ଡଯାତ୍ରା ଚୈତ୍ର ମାସ ମେରୁ ସଂକ୍ରାନ୍ତିରୁ ଠିକ ୨୧ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା ।

