କୋଟପାଡ଼: କୋରାପୁଟ କୋଟପାଡ଼ରେ କାଳ ବୈଶାଖୀ ତାଣ୍ଡବ । ଦିନ ସାରା ଟାଣ ଖରା ପରେ ଅପରାହ୍ଣରେ ପ୍ରବଳ ବର୍ଷିଲା । ଦୁଇ ଘଣ୍ଟା ଧରି ବିଜୁଳି ଘଡଘଡି ସହ କରାଳ ରୂପ ଦେଖାଇଲା ପ୍ରକୃତି । ମୁଷଳ ଧାରରେ ବର୍ଷା ହୋଇଥିଲା । ପ୍ରବଳ ବର୍ଷା ପବନ ବିଜୁଳି ଘଡ଼ଘଡ଼ି ଲୋକଙ୍କୁ ଆତଙ୍କିତ କରିଥିଲା । କାଳବୈଶାଖୀ ବେଳେ ରାସ୍ତା ଘାଟ ସମ୍ପୂର୍ଣ ଶୂନ ସାନ ହୋଇଯାଇଥିଲା ।
କାଳବୈଶାଖୀ ର ପ୍ରଭାଵରେ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ । କୋରାପୁଟ୍ ରାୟଗଡା 326 ନମ୍ବର ଜାତୀୟ ରାଜପଥର ବଙ୍ଗଳାଗୁଡା ଏବଂ ପୋଡାଗଡ ଗାଁ ନିକଟରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ । ଗାଡ଼ି ଚଳାଚଳ ବାଧାପ୍ରାପ୍ତ । ଅନ୍ୟ ପଟେ ପ୍ରବଳ ପବନ ଯୋଗୁ ବଙ୍ଗଳାଗୁଡା ଠାରେ ଥିବା କାଜୁ ମିଲର ସମସ୍ତ ଟିଣ ଉଡିଯାଇଛି ।

