ଭାରତୀୟ ଫିଲ୍ମ ଇତିହାସରେ ଏବେ ଏହି ‘ରାମାୟଣ’ଫିଲ୍ମକୁ ସବୁଠାରୁ ଭବ୍ୟ ଫିଲ୍ମ ବୋଲି ମନାଯାଉଛି । ‘ରାମାୟଣ’ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାକୁ ଲାଗିଛି । ନିତେଶ ତିୱାରୀଙ୍କ ଦ୍ବାରା ନିର୍ଦ୍ଦେଶିତ ‘ରାମାୟଣ’ ଫିଲ୍ମ ‘ଲଡ୍ ଅଫ୍ ଦ ରିଙ୍ଗ୍ସ’ ଏବଂ ‘ଅବତାର’ ଭଳି ଦମଦାର ଫିଲ୍ମଗୁଡିକ ସହିତ କଡ଼ା ଟକ୍କର ଦେବାରେ ଲାଗିଛି । ନମିତ ମଲହୋତ୍ରାଙ୍କ ମହତ୍ତ୍ବାକାଂକ୍ଷୀ ଭିଜନ ସହିତ ଏହି ମହାକାବ୍ୟକୁ ୨ଟି ଭାଗରେ ରିଲିଜ୍ କରାଯିବ । ଯାହାର ବଜେଟ୍ ୪୦୦ କୋଟି ହେବ । ଆଜି ଫିଲ୍ମରେ ଅଭିନୀତ କରିଥିବା ଭଗବାନ ରାମଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଛି । ସାମ୍ନାକୁ ଆସିଥିବା ଟିଜରରେ ଗ୍ରେଡ୍ ଫିଲ୍ମରେ ଛୋଟ ଝଲକ ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ଦେଖିବା ପରେ ଫ୍ୟାନ୍ସଙ୍କ ଉତ୍ସାହ ଦ୍ବିଗୁଣିତ ହୋଇଛି ।
ସାମ୍ନାକୁ ଆସିଥିବା ରାମଙ୍କ ପ୍ରଥମ ଝଲକରେ ରଣବୀର କପୁରଙ୍କୁ ଦେଖିବାକୁ ମିଳିଛି । ରାମଙ୍କ ଚରିତ୍ରରେ ରଣବୀର ଭାବପୂର୍ଣ୍ଣ ଥିବା ନଜର ଆସିଛନ୍ତି । ଏହି ଝଲକରେ ତାଙ୍କର ରାଜ୍ୟାଭିଷେକ, ନିର୍ବାସନ,ଜଙ୍ଗଲରେ ତାଙ୍କର ସଂଘର୍ଷ, ସୀତା ହରଣ ଏବଂ ରାବଣର ଏକ ଝଲକ ଦେଖିବାକୁ ମିଳିଛି । ରଣବୀରଙ୍କ ଲୁକ୍ ଏଥିରେ ସମ୍ପୂର୍ଣ୍ଣ ନଜର ଆସିଥିବାବେଳେ ସାଇ ପଲ୍ଲବୀ ଏବଂ ୟଶଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି । ଯାହା ପ୍ରଶଂସକଙ୍କ ଆଗ୍ରହ ବଢାଇଦେଇଛି ।
ଏହାରି ମଧ୍ୟରେ ପ୍ରଡ୍ୟୁସର ଝଲକ ସେୟାର କରିବା ସହିତ କ୍ୟାପସନରେ ଲେଖିଛନ୍ତି ଯେ, ରାମ ଜଣେ ମହାନପୁରୁଷ । କାରଣ ସେ ଏପରି ଏକ ଜୀବନଯାପନ କରିଥିଲେ ଯେଉଁଥିରେ ତାଙ୍କର ନିଷ୍ପତ୍ତି ସବୁବେଳେ ବ୍ୟାପକ ଭଲ କରିଥିଲା । ଯେଉଁଥିରେ ସେ ନିଜ ଇଚ୍ଛା ଅପେକ୍ଷା କର୍ତ୍ତବ୍ୟକୁ ଏବଂ ସ୍ବାର୍ଥ ଅପେକ୍ଷା ତ୍ୟାଗକୁ ପ୍ରାଥମିକତା ଦେଉଥିଲେ । ତାଙ୍କର ଐତିହ୍ୟ ମାନବତାକୁ ସମୃଦ୍ଧ ଏବଂ ସଶକ୍ତ କରିଚାଲିଛି । ଯାହା ମାନବ ଚେତନାର ବିଶ୍ବାସକୁ ଦୃଢ଼ କରେ ।
ଯଦି ଏହି ଫିଲ୍ମର ଷ୍ଟାରକାଷ୍ଟଙ୍କ କଥା କୁହାଯାଏ ତେବେ ରଣବୀର କପୁରଙ୍କୁ ଭଗବାନ ରାମଙ୍କ ଭୂମିକାରେ ନଜର ଆସୁଥିବାବେଳେ ସାଇ ପଲ୍ଲବୀ ସୀତା ଚରିତ୍ରରେ, ୟଶ ରାବଣ ଚରିତ୍ରରେ, ସନି ଦେଓଲ ଭଗବାନ ହନୁମାନ ଚରିତ୍ରରେ ଏବଂ ରବି ଦୁବେ ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିବେ । ଏହି ପ୍ରୋଜେକ୍ଟ ପାଇଁ ଅସ୍କାର ବିଜେତା ଏ.ଆର. ରହମାନ କିମ୍ବଦନ୍ତୀ ସଙ୍ଗୀତକାର ହନ୍ସ ଜିମରଙ୍କ ସହ ମିଶି ଏହି ଫିଲ୍ମ ମାଧ୍ୟମରେ ତାଙ୍କର ହିନ୍ଦୀ ସିନେମା ଡେବ୍ୟୁ କରୁଛନ୍ତି । ଗତବର୍ଷ ପ୍ରଥମ ଲୁକ୍ ପ୍ରକାଶ ପାଇବା ପରେ ଫିଲ୍ମଟି ବହୁତ ଚର୍ଚ୍ଚା ସୃଷ୍ଟି କରିଛି । ନିର୍ମାତାମାନେ ଚରିତ୍ରମାନେ ଅଫିସିଆଲ ଲୁକକୁ ଗୁପ୍ତ ରଖିଛନ୍ତି ।
ଫିଲ୍ମଟିର ପ୍ରଥମ ଭାଗ ଚଳିତ ବର୍ଷ ଅକ୍ଟୋବର ମାସ ଦୀପାବଳୀରେ ହଲରେ ରିଲିଜ ହେବ । ସେହିପରି ଏହି ଫିଲ୍ମର ଦ୍ବିତୀୟ ଭାଗ ୨୦୨୭ ଅକ୍ଟୋବରରେ ରିଲିଜ ହେବ ।

