ଭୁବନେଶ୍ୱର, ୧ ଅପ୍ରେଲ ୨୦୨୬: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶିକ୍ଷା ମନ୍ତ୍ରଣାଳୟ ସଚିବ ସଞ୍ଜୟ କୁମାର ନିକଟରେ ନୂଆଦିଲ୍ଲୀରେ ଶିକ୍ଷାନେକ୍ସଟ୍ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ସାହସିକ, ବହୁ ଦାତା ଏବଂ ଦୀର୍ଘମିଆଦୀ ପଦକ୍ଷେପ ଦ୍ୱାରା ଏଡଟେକ୍ ଏବଂ ଏଆଇ ବ୍ୟବହାର କରି ଆର୍ଥିକ ଦୁର୍ବଳ ବର୍ଗ
ପିଲାମାନଙ୍କ ଶିକ୍ଷାକୁ ଉନ୍ନତ କରିବା ଲକ୍ଷ୍ୟ ରଖାଯାଇଛି।
ଶିକ୍ଷାନାକ୍ସଟ୍ ତିନି ବର୍ଷ ଲାଗି କାର୍ଯ୍ୟ କରିବ। ଏଥିରେ ୧୭୦ କୋଟି ଟଙ୍କା ବିନିଯୋଗ ହେବ। ଏହାର ଲକ୍ଷ୍ୟ ୨୦୨୯ ସୁଦ୍ଧା ସାରା ଦେଶରେ ୧୩ ନିୟୁତରୁ ଅଧିକ ପିଲାଙ୍କୁ ଅର୍ଥପୂର୍ଣ୍ଣ, ପ୍ରଯୁକ୍ତି ଭିତ୍ତିକ ଏବଂ ଏଆଇ-ସକ୍ଷମ ଶିକ୍ଷା ସୁଯୋଗ ଲାଭ କରିବାକୁ ସକ୍ଷମ କରିବା।
ପ୍ରଯୁକ୍ତି ମାଧ୍ୟମରେ ଶିକ୍ଷା ଲାଭକୁ ଦୃଢ଼ କରିବା ପାଇଁ ପ୍ରତିବଦ୍ଧ ଥିବା ଦାତବ୍ୟ ସଂଗଠନ ଏବଂ ଇକୋସିଷ୍ଟମ ଅଂଶୀଦାରଙ୍କ ଏକ ମିଳିତ ସହଯୋଗ ଦ୍ୱାରା ଏହି କାର୍ଯ୍ୟକ୍ରମକୁ ସମର୍ଥନ କରାଯାଉଛି। ଏହି ମିଳିତ ପ୍ରୟାସର ଅଂଶ ଭାବେ ମାଇକେଲ ଏବଂ ସୁସାନ ଡେଲ ଫାଉଣ୍ଡେସନ, ରିଲାଏନ୍ସ ଫାଉଣ୍ଡେସନ ଏବଂ ଗେଟ୍ସ ଫାଉଣ୍ଡେସନ ପ୍ରତିଷ୍ଠାତା ରଣନୈତିକ ଅଂଶୀଦାର ଭାବରେ ସାମିଲ ଅଛନ୍ତି। ସେହିଭଳି ସେଣ୍ଟ୍ରାଲ ସ୍କୋୟାର ଫାଉଣ୍ଡେସନ ଏହାର ପରିଚାଳନା ଅଂଶୀଦାର ରହିଛି। ଶିକ୍ଷାନେକ୍ସଟ୍ ଏକ ପ୍ରଭାବଶାଳୀ ଦାତବ୍ୟ ପ୍ରତିବଦ୍ଧତା ଏବଂ ଦକ୍ଷତା ମାଧ୍ୟମରେ ମିଶ୍ରଣ କାର୍ଯ୍ୟାନ୍ୱୟନ ଏବଂ ପ୍ରଭାବ ସୃଷ୍ଟି ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ।
ଏହି ପ୍ରୟାସର ଶୁଭାରମ୍ଭ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ହାସଲ ଦିଗରେ, ଶିକ୍ଷାର ଗୁଣବତ୍ତା ବୃଦ୍ଧି, ଶିକ୍ଷକ ମାନଙ୍କୁ ସଶକ୍ତ କରିବା ଏବଂ ଯୁବପିଢ଼ିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାରେ ପ୍ରଯୁକ୍ତିବିଦ୍ୟା ଏବଂ ଏଆଇର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, “ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଯେଉଁଠାରେ ସରକାର, ସମାଜ ଏବଂ ସଂସ୍ଥା ଏଡଟେକକୁ ପ୍ରକୃତରେ ସବକା ଏଡଟେକ କରିବା ପାଇଁ ଏକାଠି ହୋଇଛନ୍ତି। ପରବର୍ତ୍ତୀ ପଦକ୍ଷେପ ହେଉଛି ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଯାହା ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ପ୍ରଯୁକ୍ତିବିଦ୍ୟାର ଲାଭ ସୁନିଶ୍ଚିତ କରିବ।ଗୁଣାତ୍ମକ ଏଡଟେକକୁ ସମସ୍ତଙ୍କ ପାଇଁ ସୁଲଭ ଏବଂ ଉପଲବ୍ଧ କରାଯାଉଥିବା ଭାରତ ବିଶ୍ୱ ଗ୍ଲୋବାଲ ସାଉଥ ସାମ୍ନାରେ ଏକ ମଡେଲ ଉପସ୍ଥାପନ କରିବ।
ଏହି ପଦକ୍ଷେପ ତିନୋଟି ପରସ୍ପର ସଂଯୁକ୍ତ କାର୍ଯ୍ୟକ୍ରମ ଜରିଆରେ କାର୍ଯ୍ୟ କରିବ:
● ଏଡଟେକ ସ୍କେଲଏକ୍ସ, ପ୍ରମାଣିତ ଏଡଟେକ ଏବଂ ଏଆଇ ସମାଧାନଗୁଡ଼ିକୁ ବ୍ୟାପକ କରିବା ପାଇଁ ଏକ ପଦକ୍ଷେପ। ରାଜ୍ୟ ସ୍ତରରେ ଶିକ୍ଷା ବ୍ୟବସ୍ଥା ଏବଂ ଗୋଷ୍ଟି-ଚାଳିତ କାର୍ଯ୍ୟକ୍ରମ ସହ ସମନ୍ୱୟ ମାଧ୍ୟମରେ ଆଖିଦୃଶିଆ ଶିକ୍ଷଣକୁ ଏହା ତ୍ବରାନ୍ବିତ କରିବ ।
● ଏଡଟେକ ଆକ୍ସିଲେରେଟର, ଭାରତର ବିବିଧ ଶ୍ରେଣୀଗୃହ ଆବଶ୍ୟକତା ସହ ସମନ୍ୱିତ ଉଚ୍ଚ-ଗୁଣବତ୍ତା ଏଡଟେକ ଏବଂ ଏଆଇ ସମାଧାନଗୁଡ଼ିକର ବିକାଶ ଏବଂ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ଏକ କାର୍ଯ୍ୟକ୍ରମ।
● ଏଡଟେକ ଏବଂ ଏଆଇ ଇନୋଭେସନ୍ ହବ୍, ଭାଷା, ଗ୍ରେଡ୍ ଏବଂ ଶିକ୍ଷଣ ପ୍ରସଙ୍ଗରେ ଭାରତ-କୈନ୍ଦ୍ରିକ ସମାଧାନ ଉପରେ ଧ୍ୟାନ ଦେଇ ଉଦୀୟମାନ ଏଡଟେକ ଏବଂ ଏଆଇ ନବସୃଜନ ଆବିଷ୍କାର, ପରୀକ୍ଷା ଏବଂ ବୈଧତା ପାଇଁ ଏକ ସହଯୋଗୀ ସ୍ଥାନ।
ସେଣ୍ଟ୍ରାଲ୍ ସ୍କୋୟାର ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇଶ୍ମିତ ସିଂହ କହିଛନ୍ତି, ଆମେ ଭାରତରେ ଶିକ୍ଷାର ଭବିଷ୍ୟତକୁ ଦେଖୁଛୁ। ସେଣ୍ଟ୍ରାଲ୍ ସ୍କୋୟାର ଫାଉଣ୍ଡେସନର ଧ୍ୟାନ ସବୁଠାରୁ ଅଧିକ ଆବଶ୍ୟକ କରୁଥିବା ପିଲାମାନଙ୍କ ପାଇଁ ପ୍ରଯୁକ୍ତିବିଦ୍ୟାକୁ କାର୍ଯ୍ୟକ୍ଷମ କରିବା ଉପରେ ରହିଛି। ଶିକ୍ଷାନେକ୍ସଟ୍ ସହିତ, ସିଏସଏଫ ପ୍ରତିବଦ୍ଧ ଅଂଶୀଦାର ଭାବେ କଠୋର ପ୍ରମାଣ ଏବଂ ଶିକ୍ଷା-କେନ୍ଦ୍ରିତ ପୁଞ୍ଜିକୁ ଏକାଠି କରୁଛି। ଏହା ଦ୍ୱାରା ଏଡ଼ଟେକ ଏବଂ ଏଆଇ କେବଳ କାଗଜରେ ପ୍ରତିଶ୍ରୁତି ନୁହେଁ ବରଂ ଶ୍ରେଣୀଗୃହରେ ପ୍ରକୃତ, ଆଖି ଦୃଶିଆ ଲାଭ ପ୍ରଦାନରେ ପରିଣତ ହୋଇପାରିବ ।
ଏହି ଅବସରରେ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ପ୍ରମୁଖ ଦାତବ୍ୟ ସଂଗଠନର ପ୍ରତିନିଧି, ଏଡ଼ଟେକ ଉଦ୍ଭାବକ, ଶିକ୍ଷକ ଏବଂ ଦେଶର ଅଂଶୀଦାରମାନଙ୍କୁ ଏକତ୍ରିତ କରିଥିଲା, ଯାହା ଭାରତର ପ୍ରତ୍ୟେକ ପିଲା ପାଇଁ ଶିକ୍ଷା ଫଳାଫଳକୁ ସୁଦୃଢ଼ କରିବା ପାଇଁ ଏଆଇ ଏବଂ ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରିବା ପାଇଁ ଏକ ସାମୂହିକ ପ୍ରତିବଦ୍ଧତାକୁ ଚିହ୍ନିତ କରିଥିଲା।

