ଭୁବନେଶ୍ବର: ଘନ କୁହୁଡ଼ିରେ ଲୁଚିଗଲା ପୁରୀ ଶ୍ରୀମନ୍ଦିର । ଆଜି ପ୍ରବଳ କୁହୁଡ଼ି ହୋଇଥିବା ବେଳେ ଶ୍ରୀମନ୍ଦିର ଓ ନୀଳଚକ୍ର ଦୃଶ୍ୟମାନ ହେଉନି । କୁହୁଡିର ମାତ୍ରା ଏତେ ଅଧିକ ଯେ ଅତିନିକଟରୁ ବି ମନ୍ଦିର ଦେଖିବା କଷ୍ଟକର ହୋଇପଡିଛି । ସେହିପରି ବଡ଼ ଦାଣ୍ଡରେ ବି ପ୍ରବଳ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା କମିଛି । ଜିରୋ ଭିଜିବିଲିଟି ରହିଥିଲା ।
ସୂଚନାଯୋଗ୍ୟ, ରିବିବାର ଜଗା ଦର୍ଶନ ପାଇଁ ଲାଗିଥିଲା ଲମ୍ବା ଲାଇନ୍ । ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ । ରବିବାର ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଥିଲା । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ । ଭିଡ଼ ଏତେ ଥିଲା ଯେ ସିଂହଦ୍ୱାର ଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଲାଇନ ଲାଗିଥିଲା । ଭକ୍ତମାନେ ଦୀର୍ଘ ସମୟ ଧରି ଧାଡିରେ ଅପେକ୍ଷା କରି ମହାପ୍ରଭୁଙ୍କ ଦର୍ଶନ କରୁଥିଲେ । ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରଯାଇଥିଲା ।

