ଚାନ୍ଦବାଲି: ଅଫିସ୍ ଭିତରେ ପଶି RIଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ସାରଣା ଆରଆଇ ତାପସ ରଞ୍ଜନ ଜେନାଙ୍କୁ ମରଣାନ୍ତକ ଆକ୍ରମଣ । ଅଫିସରେ କାମ କରୁଥିବାବେଳେ ମାଡ଼ ମାରିଥିଲେ ଜଣେ ବ୍ୟକ୍ତି । ଆରଆଇଙ୍କୁ ମାଡ ମାରୁଥିବାର ଭିଡିଓ ଭାଇରାଲ ହେଉଛି । ଭୂଇଁବୃତ୍ତି ପଂଚାୟତ ଜଗନ୍ନାଥପୁର ଗାଁର ସୁବାସ ଦାସ ମାଡ ମାରୁଥିବା ଜଣାପଡିଛି । ଆରଆଇ ତାପସ ରଞ୍ଜନ ଓ ସୁବାସଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସୁବାସ ଆରଆଇଙ୍କୁ ମାଡ ମାରିଥିବା ଜଣାପଡିଛି। ଚାନ୍ଦବାଲି ଥାନା ଓ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ RI । ଆରଆଇଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସେହିପରି ଫେବୃୟାରୀ ମାସରେ ବାଲେଶ୍ବର ଜିଲ୍ଲା ବାଲିଆପାଳ ତହସିଲ ଅଧିନ ଶ୍ରୀରାମପୁର ଆରଆଇ ସରୋଜିନୀ ଟୁଡୁଙ୍କୁ ବାଲି ମାଫିଆ ମାନେ ଆକ୍ରମଣ କରିଥିଲେ । ମାଫିଆଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ପାଇଁ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକ । ବାଲିଆପାଳ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ପାଳପଡ଼ାଠାରେ ବେଆଇନ ବାଲି ଉତ୍ତୋଳନ ହେଉଥିଲା ଖବର ପାଇ ଆରଆଇ ଚଢ଼ାଉ କରିଥିଲେ । ଏହି ଚଢଉ ବେଳେ ବାଲିମାଫିଆ ଆକ୍ରମଣ କରିଥିଲେ ।

