ତିହିଡି, ୧୭.୦୩: ପ୍ରତିବର୍ଷ ପରି ଚଳିତ ବର୍ଷ ତିହିଡ଼ି ଶ୍ରୀରାମ ନବମୀ ସମିତି ପକ୍ଷରୁ ଦ୍ୱାଦଶତମ ବିଜୟା ଦଶମୀ ମହୋତ୍ସବ ସମାରୋହରେ ପାଳିତ ହେବ । ଏ ନେଇ ପ୍ରଶାସନ ତରଫରୁ ତିହିଡ଼ି ବ୍ଲକ ସଭାଗୃହ ପରିସରରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସମିତିର ସମସ୍ତ କର୍ମକର୍ତ୍ତା, ବୁଦ୍ଧିଜୀବି, ଜନସାଧାରଣ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ତିହିଡ଼ି ବିଡିଓ ନିରଞ୍ଜନ ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ଚାନ୍ଦବାଲି ଏସଡିପିଓ ପ୍ରଭାସ ସାହୁ, ତିହିଡ଼ି ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ସାହୁ, ଶ୍ରୀରାମ ନବମୀ ସମିତି ସଭାପତି କିଶୋର ନାୟକ, ସମ୍ପାଦକ ଯଯାତି କେଶରୀ ଦାସ, କୋଷାଧ୍ୟକ୍ଷ ନୀଳମଣି ସାବତ, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକ, କଂଗ୍ରେସ ବ୍ଲକ ସଭାପତି ସରୋଜ ଦାସ, ରଘୁନାଥ ପାତ୍ର, ଡ. ଲକ୍ଷ୍ମୀଧର ତ୍ରିପାଠୀ, ଅଜୟ ନାୟକ ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ତିହିଡ଼ି ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶ୍ରୀରାମଙ୍କ ପ୍ରଜ୍ଞାପନ ମେଢ଼ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଦଶମୀ ଦିନ ଅନୁଷ୍ଠିତ ହେବାକୁ ଥିବା ଶ୍ରୀରାମ ପ୍ରଜ୍ଞାପନ ମେଢ଼ ଶୋଭାଯାତ୍ରାରେ ମହିଳା ଦର୍ଶକମାନଙ୍କର ସୁରକ୍ଷା, ଯାନବାହନ ପାଇଁ ପାର୍କିଂ ବ୍ୟବସ୍ଥା, ବିଭିନ୍ନ ଦିବସରେ ଗଣଦୌଡ଼, ବାଇକ ଶୋଭାଯାତ୍ରା, ବାଲ ବଜରଂଗୀ ଶୋଭାଯାତ୍ରା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଡିଜେରେ ଭାଇବ୍ରେଟର ଲାଗିବ ନାହିଁ ବୋଲି ସ୍ପଷ୍ଟ କରି ଦିଆଯାଇଛି । ପ୍ରଜ୍ଞାପନ ମେଢ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଏତତ୍ ବ୍ୟତିତ ମେଢରେ ଆସୁଥିବା ଭକ୍ତମାନେ ଅଥବା ଦର୍ଶକମାନେ ଯେପରି ମଦ ପିଇ ବିଶୃଙ୍ଖଳା ନକରିନ୍ତି ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି ମେଢ଼ ଗୁଡ଼ିକ ଉଚ୍ଚତା ୧୮ ରୁ ୨୦ ଫୁଟ ଭିତରେ ସୀମିତ ରଖିବାକୁ ପରାମର୍ଶ ଦିଆ ଯାଇଥିଲା । ସବୁଠାରୁ ବଡ଼ ପ୍ରସଙ୍ଗ ରହିଥିଲା ଯେ ସନ୍ଧ୍ୟାସୁଦ୍ଧା କିପରି ମେଢ଼ ଗୁଡ଼ିକର ଶୋଭାଯାତ୍ରା ଆରମ୍ଭ ହୋଇଯିବ । ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି ନିରାଶ ନହୋଇ ଫେରନ୍ତି ସେଥିପ୍ରତି ମେଢ଼ ଆଣୁଥିବା ସଂଗଠନ ଗୁଡ଼ିକ ଯତ୍ନବାନ ହେବା ଉଚିତ । ତିହିଡ଼ି ବଜାରରେ କାର୍ଯ୍ୟାଧିନ ଡ୍ରେନ ନିର୍ମାଣ ସ୍ଥଗିତ ରଖିବା ସହ ଯେଉଁ ଅଂଶ ଖୋଳା ଯାଇଛି ସେ ଗୁଡ଼ିକୁ ଢ଼ାଙ୍କିବାର ବ୍ୟବସ୍ଥା କରିବା ପାଇଁ ଠିକାଦାରଙ୍କୁ ସୂଚନା ଦିଆଯିବ । ସେହିପରି ତିହିଡ଼ି ବଜାରରେ ଆଲୋକୀକରଣ, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ଶାନ୍ତିଶୃଙ୍ଖଳା ରକ୍ଷା, ଅଗ୍ନିଶମ ବିଭାଗର ଉପସ୍ଥିତି ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ମେଡିକାଲ ପକ୍ଷରୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ତିହିଡି ସ୍ୱାସ୍ଥ୍ୟକେନ୍ଦ୍ର ବିତ୍ତିୟ ଅଧିକାରୀ ବିପ୍ଳବ ରଞ୍ଜନ ପତି ସୂଚନା ଦେଇଥିଲେ । ବିଏସଏସଓ ନିହାର ରଞ୍ଜନ ରାଉତ,ଭାଟପଡା ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ବିଶ୍ୱଜିତ ବେହେରା, ପି ହୃଷିକେଶ, ଚନ୍ଦ୍ରକାନ୍ତ ମହାନ୍ତି, ଦେବେନ୍ଦ୍ର ପୁହାଣ, କେଶବ ବେହେରା, ସଂଗ୍ରାମ ଦାସ, ନିଶିକାନ୍ତ ଭଟରାୟ, ସରୋଜ ନାୟକ, ରବିନ୍ଦ୍ର ଦାସ, ବିଭୂତି ଭୂଷଣ ସେନାପତି, ନିତ୍ୟାନନ୍ଦ ମଲ୍ଲିକ, ଶୁକଦେବ ମଲିକ, ଧୀରେନ୍ଦ୍ର ସାହୁ, ତପୁନ ପାଣି, ପ୍ରମୋଦ ଦାସ, କୃତ୍ତିବାସ ଜେନା, ପ୍ରିୟବନ୍ଧୁ ମାଝୀ, ରାଜିବ ନାୟକ, ଅଭିରାମ ଦାସ, ବିରେନ ସେନାପତି, ତପନ ପାଢ଼ୀ, କୈଳାଶ ବେହେରା, ନିରଞ୍ଜନ ବାରିକ, ବିସ୍ମୟ ସାହୁ, ରଘୁନାଥ ମଳିକ ଓ ଧର୍ମାନନ୍ଦ ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

