ତିହିଡି, ୧୬.୦୩: ଭଦ୍ରକ ଜିଲ୍ଲା ତିହିଡି କାଳୀପଡିଆରେ ଅୟୋଜିତ ଶ୍ୟାମା କ୍ଲବ ଆୟୋଜିତ ଏକ ଦ୍ୱୀବସୀୟ ଦିବାରାତ୍ର ବିଷ୍ଣୁ ସ୍ମାରକୀ ଏକଦିବସୀୟ ଦିବାରାତ୍ର ରାଜ୍ୟସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଦ୍ରକ ସୂର୍ଯ୍ୟଶିଖାକୁ ଧୂଳି ଚଟାଇ ହରିଆଣା ଚମ୍ପିଆନ୍ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ଭଦ୍ରକ ସୂର୍ଯ୍ୟଶିଖା, ପୁରୀ କ୍ଲବ, ଭୁବନେଶ୍ୱର ରେନବୋ, ହରିଆଣା ଓ ଏ.ପି. ସିକ୍ସର (ଯାଜପୁର) ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ଫାଇନାଲ୍ ମ୍ୟାଚ୍ ଭଦ୍ରକର ସୂର୍ଯ୍ୟଶିଖା ଓ ହରିଆଣା ଦଳ ମଧ୍ୟରେ ହୋଇଥିଲା । ଉକ୍ତ ଖେଳରେ ହରିଆଣା ଦଳ ଭଦ୍ରକ ସୂର୍ଯ୍ୟଶିଖାକୁ ପରାଜିତ କରି ଚମ୍ପିୟନ୍ ହୋଇଥିଲା । ବିଜୟୀ ଦଳଙ୍କୁ ଟ୍ରଫି ସହିତ ୧୦ ହଜାର ଟଙ୍କା ଓ ରନର୍ସ ଦଳକୁ ସିଲଡ ପ୍ରଦାନ କରା ଯାଇଥିଲା । ଏହି ଅବସରରେ ତିହିଡ଼ି ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ତିହିଡ଼ି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ଲକ୍ଷ୍ମୀଧର ତ୍ରୀପାଠୀ, ନାଟ୍ୟକାର ଚନ୍ଦ୍ରକାନ୍ତ ମହାନ୍ତି, ସାଂସଦ ପ୍ରତିନିଧି ସୀତାକାନ୍ତ ନାୟକ, ଭାଟପଡ଼ା ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ସୁରେନ୍ଦ୍ର ନାୟକ ଓ ସମାଜସେବୀ ରଘୁନାଥ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଶ୍ୟାମା କ୍ଲବର ୭୫ ବର୍ଷ ପୂତ୍ତୀି ଉପଲକ୍ଷେ ପୂର୍ବତନ ଭଲିବଲ୍ ଖେଳାଳି ରବିନାରାୟଣ ଜେନା, ସୟଦ୍ ଗୋଲାମ୍ ନବି, ନିରଞ୍ଜନ ବାରିକ୍ ଓ ମନୋଜ କୁମାର ବାରିକଙ୍କୁ କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗିରିଜା ରମଣ ଜେନା, ପ୍ରଭାତ ଜେନା, ସନ୍ତୋଷ ବେହେରା, ଚିନ୍ମୟ ବେହେରା, ପ୍ରତାପ ଜେନା, ମନୋଜ ସେନାପତି, ଧିରେନ୍ଦ୍ର ସାହୁ, ଅଜୟ ମହାପାତ୍ର, ବିଜୟ ନାୟକ, ଶାନ୍ତନୁ ଦାଶ, ନରେନ୍ଦ୍ର ବାରିକ୍, ମନୋରଞ୍ଜନ ସାବତ୍, ସୁରେଶ ପାତ୍ର, ସମ୍ବିତ୍ ଜେନା, ଶୁଶାନ୍ତ ଯତି, ଭବାନୀ ବାରିକ, ପ୍ରିୟରଞ୍ଜନ ବେହେରା, ଶୁଭମ ସାର୍ଥକ ଜେନା, ନିରଞ୍ଜନ ବାରିକ୍, କୈଳାସ ବେହେରା, ବିସ୍ମୟ ବିହାରୀ ସାହୁ, ପ୍ରଫୁଲ ଯତି, ରାଜେଶ ନାୟକ ଓ ପିୟୁଷ ପରିଡାଙ୍କ ସହ ଶ୍ୟାମା କ୍ଲବର ସମସ୍ତ ପୂରାତନ ସଦସ୍ୟ, ତିହିଡ଼ି ବ୍ଲକର ସମସ୍ତ ହାଇସ୍କୁଲ୍ କ୍ରୀଡା ଶିକ୍ଷକ ଓ ସ୍ଥାନୀୟ କ୍ରୀଡ଼ାପ୍ରେମୀ ଟୁର୍ଣ୍ଣମେଣ୍ଟ ପରିଚାଳନରେ ସହଯୋଗ କରିଥିଲେ ।

