ବର୍ତ୍ତମାନ ସମୟରେ ଆମ ପାଇଁ ମୋବାଇଲ ନମ୍ବର ଏକ ଆବଶ୍ୟକତା ପାଲଟିଛି । ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ସରକାରୀ ଡକ୍ୟୁମେଣ୍ଟ ତିଆରି କରିବା କିମ୍ବା ଅନ୍ୟାନ୍ୟ ସୁବିଧା ପାଇଁ ମୋବାଇଲ ନମ୍ବର ନିହାତି ଆବଶ୍ୟକ। ଯଦି ମୋବାଇଲ ନମ୍ବର ରିଚାର୍ଜ କରାଯାଏ ନାହିଁ, ତେବେ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଜୁଲାଇ ୨୦୨୪ ରେ, ସମସ୍ତ ଘରୋଇ ଟେଲିକମ୍ କମ୍ପାନୀ ସେମାନଙ୍କର ପ୍ଲାନକୁ ମହଙ୍ଗା କରିଦେଇଥିଲେ । ସେବେଠାରୁ, ଆପଣଙ୍କୁ ମୋବାଇଲ ନମ୍ବରକୁ ଆକ୍ଟିଭ୍ ରଖିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଏଥିସହ ଏୟାରଟେଲ୍ ତାର ୟୁଜର୍ସଙ୍କ ପାଇଁ ଲଙ୍ଗ ଭାଲିଡିଟି ସହିତ ଅନେକ ଶସ୍ତା ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି, ଯେଉଁଥିରେ ୟୁଜର୍ସାମାନେ ଅନଲିମିଟେଡ୍ କଲିଂ ଏବଂ ଡାଟା ସମେତ ଅନେକ ସୁବିଧା ପାଇପାରିବେ ।
୧୮୪୯ ଟଙ୍କିଆ ପ୍ଲାନ୍:
ଏହି ଏୟାରଟେଲ୍ ରିଚାର୍ଜ ପ୍ଲାନର ଭାଲିଡିଟି ୩୬୫ ଦିନ । ଏହି ରିଚାର୍ଜ ପ୍ଲାନର ଲାଭ ମଧ୍ୟରେ ସାରା ଭାରତରେ ଯେକୌଣସି ନମ୍ବରରେ ଅନଲିମିଡେଟ୍ କଲିଂ, ଫ୍ରି ନ୍ୟାସନାଲ୍ ରୋମିଂ ଏବଂ ୩,୬୦୦ SMS ସାମିଲ୍ । ଏୟାରଟେଲ୍ ଏହି ପ୍ରିପେଡ୍ ପ୍ଲାନକୁ ୨୦୨୫ ପ୍ରାରମ୍ଭରେ ଲଞ୍ଚ କରିଥିଲା । ଏହା ଏକ କଲିଂ ଏବଂ ମେସେଜିଂ-ଓନଲି ପ୍ଲାନ୍, ଯେଉଁଥିରେ ୟୁର୍ଜଙ୍କୁ କୌଣସି ଡାଟା ମିଳିବ ନାହିଁ। ହେଲେ, ୟୁଜର୍ସମାନେ ଏହି ପ୍ଲାନ ସହିତ ଡାଟା ବେନିଫିଟ୍ସ ପାଇବା ପାଇଁ ଏକ ଡାଟା ପ୍ୟାକ୍ ମଧ୍ୟ କିଣିପାରିବେ ।
୨୨୪୯ ପ୍ଲାନ୍:
ଏହି ପ୍ରିପେଡ୍ ପ୍ଲାନ୍ ମଧ୍ୟ ୩୬୫ ଦିନର ଭାଲିଡିଟି ସହିତ ଆସିଥାଏ । ଏହି ଏୟାରଟେଲ୍ ପ୍ଲାନରେ ୟୁଜର୍ସଙ୍କୁ ସାରା ଭାରତରେ ଅନଲିମିଟେଡ୍ କଲିଂ ଏବଂ ଫ୍ରି ନ୍ୟାସନାଲ୍ ରୋମିଂ ସୁବିଧା ପ୍ରଦାନ କରାଯାଇଛି । କମ୍ପାନୀ ମୋଟ ୩,୬୦୦ ଫ୍ରି SMS ମଧ୍ୟ ପ୍ରଦାନ କରୁଛି । ଏହି ଏୟାରଟେଲ୍ ଇଣ୍ଡିଆ ପ୍ଲାନରେ ଡାଟା ମଧ୍ୟ ପ୍ରଦାନ କରାଯାଇଛି। ବେସିକ୍ ସ୍ମାର୍ଟଫୋନ୍ ୟୁଜର୍ସମାନେ ମୋଟ ୩୦GB ଡାଟା ପାଆନ୍ତି । ୟୁଜର୍ସ ଯେକୌଣସି ସମୟରେ ଏହି ଡାଟା ବ୍ୟବହାର କରିପାରିବେ, ଏହାର କୌଣସି ଦୈନିକ ଲିମିଟ୍ ନାହିଁ ।
ଏଥିସହ ଜାଣିରଖନ୍ତୁ ଯେ, ଏହି ଦୁଇଟି ଶସ୍ତା ପ୍ଲାନ୍ ବ୍ୟତୀତ, ଏୟାରଟେଲ୍ ୩୬୫ ଦିନର ଭାଲିଡିଟି ସହିତ ଆଉ ଏକ ପ୍ଲାନ୍ ମଧ୍ୟ ପ୍ରଦାନ କରେ । ଏହି ପ୍ଲାନ୍ ସାରା ଭାରତରେ ଅନଲିମିଟେଡ୍ କଲିଂ ଏବଂ ଫ୍ରି ନ୍ୟାସନାଲ୍ ରୋମିଂ ଭଳି ସୁବିଧା ପ୍ରଦାନ କରେ । ଏୟାରଟେଲ୍ ଏହି ଲଙ୍ଗ-ଭାଲିଡିଟି ପ୍ଲାନରେ ପ୍ରତିଦିନ ୨GB ହାଇ-ସ୍ପିଡ୍ ଡାଟା ପ୍ରଦାନ କରେ । ଏହା ସହିତ, ୟୁଜର୍ସମାନେ ଅନଲିମିଟେଡ୍ 5G ଡାଟାର ମଧ୍ୟ ଲାଭ ପାଆନ୍ତି । ଏହି ପ୍ଲାନ୍ ସହିତ ପ୍ରତିଦିନ ୧୦୦ଟି ଫ୍ରି SMS ମଧ୍ୟ ମିଳିଥାଏ ।
ଏଥିସହ ଯଦି ଆପଣ ଏୟାରଟେଲ୍ ୟୁଜର୍ସ ହୋଇଥାନ୍ତି, ତେବେ ଏହି ପ୍ଲାନର ବେନିଫିଟ୍ସ ନିଶ୍ଚିତ ଉଠାନ୍ତୁ ।

