ଜସ୍ମାର୍ଟଫୋନ୍ ଲଭର୍ସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍ । ଲଞ୍ଚ ହେଲା ଏକ ଜବରଦସ୍ତ ପାୱାରଫୁଲ୍ ସ୍ମାର୍ଟଫୋନ୍। ଫିଚର୍ସ ରହିଛି ବହୁତ୍ ବଢ଼ିଆ । ତେବେ ଆସନ୍ତୁ ଜାଣିବ ଏହି ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ ।
ରଗ୍ଡ ଫୋନ୍ ମେକର Energizer 30,000mAh ବ୍ୟାଟେରୀ ସହିତ ଏକ ନୂଆ ଫୋନ୍ ଲଞ୍ଚ କରିଛି । ଯାହାର ନରମ ହେଉଛି- Energizer P30K Apex । ଏହି ଫୋନ୍ ୨୦୦MP କ୍ୟାମେରା ଏବଂ ପାୱାରପୁଲ୍ ଫିଚର୍ସ ସହିତ ଆସିଥାଏ । କମ୍ପାନୀ ଏହି ରଗ୍ଡ ଫୋନକୁ ଏପରି ଭାବରେ ଡିଜାଇନ୍ କରିଛି ଯେ ପଡ଼ିଗଲେ ଏହା ଭାଙ୍ଗିବ ନାହିଁ । ଏହା ବ୍ୟତୀତ, ଏହା IP69K ରେଟେଡ୍, ଯାହା ଏହାକୁ ୱାଟର-ରେସଟୋନ୍ସ କରିଥାଏ । କମ୍ପାନୀ ପୂର୍ବରୁ ଅନେକ ରଗ୍ଡ ଫୋନ୍ ଲଞ୍ଚ କରିଛି, ଯାହା ପାୱାରଫୁଲ୍ ବ୍ୟାଟେରୀ ସହିତ ଦମଦାର୍ ଫିଚର୍ସ ପ୍ରଦାନ କରେ ।
Energizer P30K Apex ର ଫିଚର୍ସ:
Energizer ର ନୂଆ ରଗ୍ଡ ଡବଲ୍ ଫୋନ୍, ଯାହାକୁ P30K Apex କୁହାଯାଏ, ଏଥିରେ FHD+ ରିଜୋଲ୍ୟୁସନ୍ ସହିତ ୬.୯୫-ଇଞ୍ଚ IPS ଡିସପ୍ଲେ ରହିଛି । ଫୋନର ଡିସପ୍ଲେକୁ ହାଇ-ପ୍ରେସର କଣ୍ଡିସନରେରେ ବ୍ୟବହାର କରାଯାଇପାରିବ ଏବଂ ଏଥିରେ ମିଲିଟ୍ରି-ଗ୍ରେଡ୍ ସୁରକ୍ଷା ସୁବିଧା ରହିଛି । ଫୋନଟି MediaTek Dimensity 7300 5G ଚିପସେଟ୍ ଦ୍ୱାରା ପରିଚାଳିତ, ୧୨GB RAM ଏବଂ ୫୧୨GB ଷ୍ଟୋରେଜ୍ ସହିତ ଆଡ୍ ହୋଇଛି । କମ୍ପାନୀ ଏହି ଫୋନକୁ ଗୋଟିଏ ଷ୍ଟୋରେଜ୍ ଭାରିଆଣ୍ଟରେ ଉପସ୍ଥାପନ କରିଛି ।
ଏହି ଦୃଢ଼ ଫୋନଟି ଆଣ୍ଡ୍ରଏଡ୍ ପ୍ଲାଟଫର୍ମରେ ଚାଲିଥାଏ ଏବଂ ଏଥିରେ ଆଣ୍ଡ୍ରଏଡ୍ 16 ଉପରେ ବେସ୍ଡ ଏକ କଷ୍ଟମାଇଜଡ୍ ୟୁଜର୍ ଇଣ୍ଟରଫେସ୍ ରହିଛି । ଏଥିରେ ଟ୍ରିପଲ୍ ରିଅର୍ କ୍ୟାମେରା ସେଟ୍ଅପ୍ ରହିଛି, ଯେଉଁଥିରେ ୨୦୦MP ପ୍ରାଇମେରୀ କ୍ୟାମେରା ସହିତ ଦୁଇଟି ୫୦MP ଏବଂ ୫MP ଫ୍ରଣ୍ଟ କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୫୦MP ଫ୍ରଣ୍ଟ କ୍ୟାମେରା ଉପଲବ୍ଧ।
ଏହି ଫୋନଟି ଏକ ପାୱାରଫୁଲ୍ ୩୦,୦୦୦mAh ବ୍ୟାଟେରୀ ସହିତ ଆସିଥାଏ ଏବଂ ୬୬W USB Type-C ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ । କମ୍ପାନୀ ଦାବି କରିଛି ଯେ ଏହି ଫୋନର ବ୍ୟାଟେରୀ ଗୋଟିଏ ଚାର୍ଜରେ ଗୋଟିଏ ମାସ ପର୍ଯ୍ୟନ୍ତ ଚାଲିପାରିବ । ଅଧିକ ବ୍ୟବହାର ସହିତ ମଧ୍ୟ, ଗୋଟିଏ ଚାର୍ଜରେ ଫୋନ୍ ପ୍ରାୟ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଚାଲିପାରିବ ।
ପ୍ରାଇସ୍:
ଏହି ଫୋନର ମୂଲ୍ୟ ପ୍ରାୟ ୪୦,୦୦୦ ଟଙ୍କା ରହିଛି । ଏକ ରଗ୍ଡ ଫୋନ ହେବା ସତ୍ତ୍ୱେ, କମ୍ପାନୀ ଏହାକୁ ବହୁତ ପତଳା ରଖିବାକୁ ଚେଷ୍ଟା କରିଛି, ଯାହା ଦ୍ଵାରା ୟୁଜର୍ସମାନଙ୍କୁ ଦୈନନ୍ଦିନ ବ୍ୟବହାର ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏଥିସହ ଯଦି ଆପଣ ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।

