ତିହିଡ଼ି, ୧୦.୦୩: ବିଶ୍ୱ ମହିଳା ଦିବସ ଦିବସରେ ସମାଜସେବୀ ତଥା ସାମ୍ବାଦିକ ତ୍ରିଲୋଚନ ମହାଳିକ ଜଣେ ଅସହାୟ ବିଧବାଙ୍କୁ ନିଜର ଜୀବନ ସାଥି ଭାବେ ଗ୍ରହଣ କରିଛନ୍ତି । ବାଲେଶ୍ୱର ଜିଲ୍ଲା ଖନ୍ତାପଡା ନିବାସୀ ଗୟାଧର ମହାଳିକ ଝିଅ ସୁମିତ୍ରା ମହାଳିକଙ୍କୁ ସେ ବିବାହ କରିଛନ୍ତି । ତେବେ ସୁମିତ୍ରା ଯେତେବେଳେ ଛୋଟ ହୋଇଥିଲେ ସେତେବେଳେ ତାଙ୍କର ମାଆଙ୍କର କ୍ୟାନସର ରୋଗରେ ମୃତ୍ୟୁ ହୋଇ ଯାଇଥିଲା । ପରେ ତାଙ୍କର ବାପା ୨୦୨୨ ମସିହାରେ ତାଙ୍କୁ ଏକ ସ୍ଥାନରେ ବିବାହ କରାଇ ଥିଲେ କିନ୍ତୁ ବିଡମ୍ବନାର ବିଷୟ ବାହାଘରର ମାତ୍ର ୫ ମାସ ମଧ୍ୟରେ ତାଙ୍କ ସ୍ୱାମୀଙ୍କର ଆକସ୍ମିକ ଦେହାନ୍ତ ହୋଇ ଯାଇଥିଲା । ସେବେ ଠାରୁ ସୁମିତ୍ରା ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲେ ଏବଂ ତାଙ୍କ ମୁଁହରୁ ହସ ମଧ୍ୟ ଲିଭି ଯାଇଥିଲା । ପରେ ଏହି କଥା ଯେତେବେଳେ ତ୍ରିଲୋଚନ ଜାଣିଲେ ସେ ଚିନ୍ତା କଲେ ଜଣେ ଅସହାୟ ବିଧବାଙ୍କ ମୁହଁରେ ହସ ଫୁଟାଇବା ପାଇଁ ତାଙ୍କ ତରଫରୁ ସେ ବିବାହର ପ୍ରସ୍ତାବ ଦେଇଥିଲେ । ପରେ ତ୍ରିଲୋଚନବ ଓ ସୁମିତ୍ରାଙ୍କ ପରିବାର ଏକାଠି ହୋଇ ନିଷ୍ପତ୍ତି ନେଇଥିଲେ ଦୁଇ ଜଣଙ୍କୁ ବିବାହ ବନ୍ଧନରେ ବାନ୍ଧିବା ପାଇଁ । ଶେଷରେ ମାର୍ଚ୍ଚ ୮ ତାରିଖ ବିଶ୍ୱ ମହିଳା ଦିବସରେ ବୈଦିକ ଋତିୀତିରେ ଦୁଇ ଜଣଙ୍କର ବିବାହ ସମ୍ପନ୍ନ ହୋଇଛି । ଏ ସମ୍ପର୍କରେ ତ୍ରିଲୋଚନଙ୍କୁ ପଚାରିଲେ ସେ କୁହନ୍ତି, ଯଦି ଜଣେ ପୁରୁଷର ସ୍ତ୍ରୀଙ୍କ ମୃତୁ ହୋଇଯାଏ ସେ ଦ୍ୱିତୀୟ ବିବାହ କରି ପାରୁଛନ୍ତି । ତେବେ ଜଣେ ବାହାଘରର ମାତ୍ର ୫ ମାସ ପରେ ତାଙ୍କ ସ୍ୱାମୀଙ୍କର ମୃତୁ ହୋଇ ଯାଇଛି ସେ କାହିଁକି ବିବାହ କରି ନପାରିବେ ! ତେଣୁ ସମସ୍ତଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ୍ କରିବାର ଅଛି । ଏବଂ ଜଣେ ଅସହାୟ ଦୁଃଖିନି ବିଧବାଙ୍କର ମୁହଁରେ ହସ ଫୁଟାଇବା ପାଇଁ ସେ ଏହି ବିବାହ କରିଛନ୍ତି ବୋଲି କହିଛନ୍ତି । ଏଭଳି ଏକ ମହତ କାର୍ଯ୍ୟରେ ବାପା ଅନାଦି ମହାଳିକ, ମାଆ ମିନତୀ ମହାଳିକ ଓ ଭାଇ ପ୍ରଦୀପ ମହାଳିକ ତଥା ସମସ୍ତ ପରିବାର ବର୍ଗ ଓ ସାଙ୍ଗସାଥି ତାଙ୍କୁ ଉତ୍ସାହିତ କରିଥିବାରୁ ସେ ସମସ୍ତକୁ ଧନ୍ୟବାଦ ଦେଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେରେ ତ୍ରିଲୋଚନ ଓ ତାଙ୍କ ସ୍ତ୍ରୀ ସୁମିତ୍ରା ବିବାହ ପରେ ଦୋଳସାହିସ୍ଥିତ ଯୋଗୀୠଷି ଲକ୍ଷ୍ମଣ ଦାସ ଅନାଥ ଆଶ୍ରମରେ ପହଁଞ୍ôଚ ସାମର୍ଥ୍ୟ ଅନୁଯାୟୀ କିଛି ଆର୍ôଥକ ସହାୟତା କରିଥିଲେ । ପରେ ସୟା ବାଂଶବାଗସ୍ଥିତ ପତିତପାବନ ବୃଦ୍ଧା ଆଶ୍ରମ ଯାଇ ବୃଦ୍ଧ/ବୃଦ୍ଧାଙ୍କ ଆର୍ଶିବାଦ ନେବା ସହ ଆର୍ôଥକ ସହାୟତା ପ୍ରଦାନ କରି ଚାରା ବଣ୍ଟନ କରିଥିଲେ । ତେବେ ଛାତ୍ର ଜୀବନରୁ ତ୍ରିଲୋଚନ ସବୁବେଳେ ସାମାଜିକ କାର୍ଯ୍ୟ କରି ଆସୁଛନ୍ତି । ଚାରା ରୋପଣ, ଜଳ ଛତ୍ର, କମ୍ବଳ ବଣ୍ଟନ, ବନ୍ୟା ବାତ୍ୟା ବିପନ୍ନଙ୍କୁ ସହାୟତା କରି ଆସୁଛନ୍ତି । ଏତତ ବ୍ୟତିତ ସେ ବର୍ଷରେ ଦୁଇ ଥର ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ହେଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ୨୦୧୯ ମସିହାର ତ୍ରିଲୋଚନ ଯକ୍ଷ୍ମା ରୋଗର ସଚେତନତା ବାର୍ତ୍ତା ନେଇ ସାଇକେଲ ଯୋଗେ ଭାରତ ଭ୍ରମଣ କରିଥିଲେ । ତେବେ ଅସହାୟ ବିଧବା ମହିଳାଙ୍କୁ ବିବାହ କରିଥିବାରୁ ତ୍ରିଲୋଚନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଥିବା ଜଣା ଯାଇଛି ।

