ରେମୁଣାର ଐତିହାସିକ, ପୌରାଣିକ ଓ କିମ୍ବଦନ୍ତୀ ଯୁକ୍ତ ବିଭିନ୍ନ ପୀଠସ୍ଥଳୀକୁ ନେଇ ଏକ ପର୍ଯ୍ୟଟନ ବଳୟ ଗଠନ ନିମନ୍ତେ ହୋଇଥିବା ପ୍ରୟାସ ଆଜି ଆଉ ଗୋଟିଏ ପାଦ ଆଗକୁ ବଢିଛି । ଆଜି ସାଂସଦ, ବିଧାୟକ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଦୀର୍ଘ ୫ ଘଂଟାରୁ ଅଧିକ ସମୟ ଧରି ରେମୁଣାର ସେହିସବୁ ପିଠସ୍ଥଳୀ ପରିବର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଏଥି ନିମନ୍ତେ ବିଭିନ୍ନ ବିଭାଗ ଦ୍ୱାରା ପ୍ରକଳ୍ପର ବ୍ୟୟ ଅଟକଳ କରାଯିବା ପରେ ଏହି ପ୍ରକଳ୍ପର ଅର୍ଥ ମଞ୍ଜୁର ପାଇଁ ପ୍ରେରିତ କରାଯିବ। ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ସିଡ଼ିଓ ସଞ୍ଜୟ କୁମାର ରାଇତ ଙ୍କ ସମେତ ଆଇଜି, ପିଡବ୍ଲ୍ୟୁଡି, ପର୍ଯ୍ୟଟନ, ବନ ବିଭାଗ, ଜଳ ସମ୍ପଦ, ଡ୍ରେନେଜ ବିଭାଗ ଅଧିକାରୀ, ରେମୁଣା ରହସିଲଦାର ଏବଂ ରେମୁଣା ବିଜିଓ ପ୍ରମୁଖ ସୋନ-ଗଙ୍ଗାହର-ବୁଢ଼ାବଳଙ୍ଗ ତିନି ନଦୀର ସଙ୍ଗମସ୍ଥଳ ତ୍ରିବେଣୀ, କ୍ଷୀରଚୋରା ଗୋପୀନାଥ ମନ୍ଦିର, ଗାର୍ଗେଶ୍ଵର ଶିବ ମନ୍ଦିର, ସପ୍ତଶରା ନଦୀ, ରାମଚଣ୍ଡୀ ମନ୍ଦିର, ପଶ୍ଚିତ ବଳଦେବ ବିଦ୍ୟାଭୂଷଣଙ୍କ ଜନ୍ମସ୍ଥାନ, ବ୍ଳକ ପୋଖରୀ, କୂଟ ପୋଖରୀ, କନକଦୂର୍ଗା ମନ୍ଦିର, ହାତପାଦ ଥିବା ଜଗନ୍ନାଥ ମନ୍ଦିର, ଶ୍ରୀଧରସ୍ଵାମୀଙ୍କ ସ୍ମୃତି ମନ୍ଦିର, କଙ୍କାଳୀମଠ, ଦୁର୍ଗାଦେବୀ ଜଗନ୍ନାଥ ମନ୍ଦିର ଏବଂ ଭୀମେଶ୍ବର ଶୈବପୀଠ ପ୍ରମୁଖ ପୀଠ ପରିଦର୍ଶନ କରିଥିଲେ । ଏହି ସ୍ଥାନ ମାନଙ୍କରେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ଵାରା ପରିଦର୍ଶନକାରୀ ଅତିଥିଙ୍କୁ ଭବ୍ୟ ସ୍ୱାଗତ ସମ୍ବନ୍ଧନା ଜ୍ଞାପନ କରାଯାଇଥିଲା। ପରିଦର୍ଶନ ପରେ ବାଲଗୋପାଲପୁର ସ୍ଥିତ ଇମାମି ଜଗନ୍ନାଥ ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ସବୁ ପୀଠସ୍ଥଳୀ ଗୁଡ଼ିକୁ ସଂଯୋଗ କରାଯାଇ ଏକ ପର୍ଯ୍ୟଟନ ବଳୟ ଗଠନ କରାଯିବ । ଯାହାଦ୍ୱାରା ସାଂସ୍କୃତିକ ଐତିହ୍ୟ ବଜାୟ ରହିବା ସହିତ ପର୍ଯ୍ୟଟନ ଶିଳ୍ପର ବିକାଶ ଏବଂ ସାଂସ୍କୃତିକ ଐତିହ୍ୟକୁ ଆଗକୁ ଆଣିବାର ପ୍ରୟାସ କରାଯିବ ବୋଲି କୁହାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଦୟାନନ୍ଦ ଦାସ, ଶିଳ୍ପୀ କେଶୁ ଦାସ, ନିରଞ୍ଜନ ଗିରି, ରମାକାନ୍ତ ପଣ୍ଡା, ଜୟନ୍ତ ମଣ୍ଡଳ, ହରେକୃଷ୍ଣ ଗରି, ଗିରିଧାରୀ ଦାସ, ମୟାଧର ପ୍ରଧାନ, ସରୋଜ କୁମାର ବେହେରା, ପ୍ରମୋଦ କୁମାର ଦାସ, ଉପେନ୍ଦ୍ର ନାଥ ପୁହାଣ, ଜୟକୃଷ୍ଣ ସାହୁ, ପ୍ରଦୀପ କୁମାର ଜେନା, ଦିଲ୍ଲୀପ କୁମାର ଦେ, ଉମେଶ ଚନ୍ଦ୍ର ମଣ୍ଡଳ, ଚିତରଞ୍ଜନ ବେହେରା, ତାପସ କୁମାର ରଥ, ଭାଗବତ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

