ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର କୁରାଡ଼ିହା ଓ ରସଲପୁର ପଂଚାୟତରେ ଦୁଇଟି ରାସ୍ତାର ପ୍ରଶସ୍ତିିକରଣ ପ୍ରକଳ୍ପ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୋଟ ୭କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ଅଟକଳରେ ଏହି ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧିନରେ ୭କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ଅଟକଳରେ ରସଲପୁର ପଂଚାୟତର ଆରଡି ରାସ୍ତା ଠାରୁ ବଡ଼ଧନାଡି ପର୍ଯ୍ୟନ୍ତ ରାସ୍ତା ଏବଂ ସାଢ଼େ ୫କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ଅଟକଳରେ କୁରାଡ଼ିହା ପଞ୍ଚାୟତର ପିଡବ୍ଲ୍ୟୁଡି ରାସ୍ତା ଠାରୁ କୋଇଲିସାହି ପର୍ଯ୍ୟନ୍ତ ରାସ୍ତା ଓ ଜାତୀୟ ରାଜପଥ – ୬୦ ଠାରୁ ପରମାନନ୍ଦ ସାହି ପର୍ଯ୍ୟନ୍ତ ରାସ୍ତାକୁ ସାମିଲ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ପୃଥକ ପୃଥକ କାର୍ଯ୍ୟକ୍ରମରେ ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପଗୁଡିକର ଶୁଭ ଦେଇଥିଲେ ।

ଗ୍ରାମାଂଚଳକୁ ସହର ସହିତ ଯୋଡ଼ିବା ଲକ୍ଷ୍ୟରେ ଯାତାୟତ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ ପୂର୍ବକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ବାଲେଶ୍ୱର ସହର ଉପକଣ୍ଠ ଏକାଧିକ ପଂଚାୟତର ଲକ୍ଷାଧିକ ଲୋକ ଏହି ରାସ୍ତାର ଉନ୍ନତି ଦ୍ୱାରା ଉପକୃତ ହେବେ ବୋଲି ବିଧାୟକ ଶ୍ରୀ ଦତ୍ତ କହିଛନ୍ତି । ସଠିକ ମାନଦଣ୍ଡ ଓ ଗୁଣବତା ଯୁକ୍ତ ରାସ୍ତା ନିର୍ମାଣ ପାଇଁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯୋଜନାବଦ୍ଧ ତଥା ଧାର୍ଯ୍ୟ ସମୟମୀମା ମଧ୍ୟରେ ସମସ୍ତ ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ୟ ଲୋକଙ୍କ ଆଶା ମୁତାବକ ଶେଷ ହେବ ବୋଲି ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଉପେନ୍ଦ୍ର ବେହେରା ଉପସ୍ଥିତ ଥିଲେ । ଗଙ୍ଗାଧର ରାଉତ, ହରେନ୍ଦ୍ର ପ୍ରଧାନ, ସୁମିତ୍ରା ବାରିକ, କାର୍ତ୍ତିକ ପ୍ରଧାନ, ଶଶିକାନ୍ତ ମିଶ୍ର, ସୁଭେସ ନାୟକ, ତପନ ଗିରି, ଗୋକୁଳାନନ୍ଦ ପାଣି, ସଦାଶିବ ଜେନା, ଭାଗ୍ୟଧର ବେହେରା, ପୁରୁଷୋତ୍ତମ ବାରିକ, ଧନଞ୍ଜୟ ମହାନ୍ତି, ବାଇଧର ବେହେରା, ବସନ୍ତ ବେହେରା, ଶ୍ରୀଧର ବେହେରା, ଉମାକାନ୍ତ ପ୍ରଧାନ, ପାଗେଶ୍ୱର ମହାପାତ୍ର, ଅରୁପାନନ୍ଦ ବଢ଼େଇ, ଶ୍ରୀପତି ମାଝୀ, ସତ୍ୟାନନ୍ଦ ମହାନ୍ତି, ଶାନ୍ତିଲତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଶତାଧିକ ଜନସାଧାରଣ ଯୋଗଦେଇଥିଲେ ।

