ତିହିଡି, ୦୭.୦୩: ରଙ୍ଗର ପର୍ବ ହୋଲି ଓ ଦୋଳମେଳନ ବରଷକ ପାଇଁ ବିଦାୟ ନେଇଛି । ସପ୍ତମୀରୁ ଏକାଦଶୀ ତିଥି ମଧ୍ୟରେ ରାଧାକୃଷ୍ଣ ବିଗ୍ରହ ନିଜ ବିଜେସ୍ଥଳିରୁୁ ବାହାରି ବିମାନରେ ଅବସ୍ଥାନ କରିଥିଲେ । ବିଭିନ୍ନ ଗାଁ ପରିକ୍ରମା କରି ଚାଚିରୀ ଖାଇବା ପରେ ଦ୍ୱାଦଶୀ ତିଥିରେ ମେଳନ ଆରମ୍ଭ ହୋଇଥିଲା । ବିମାନଧାରୀଙ୍କ ସହ ଠାକୁରବାଡିଆ ଗାଁ ଗଣ୍ଡା ବୁଲିବା ସହ ଠାକୁରଙ୍କ ଚାଚିରୀ ଖାଇବା ଆମ ସଂସ୍କୃତି ଓ ଗ୍ରାମୀଣ ପରମ୍ପରାର ଏକ ନିଆରା ସମ୍ପର୍କ ସୃଷ୍ଟି କରିଥାଏ । ପାରମ୍ପରିକ ରୀତିରେ ମୃଧଙ୍ଗ, ଘଣ୍ଟା ଓ ଝାଞ୍ଜ ବଜାଇ ଠାକୁଆବାଡିଆମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ବିମାନ ଗୁଡିକକୁ ନେଇଥାନ୍ତି । ପୂର୍ବ ଶତୃତାକୁ ଭୁଲି ସଭିଏଁ ଏହି ହୋଲିରେ ସାମିଲ ହୋଇଥାନ୍ତି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ପୁରୁଣାବଜାରସ୍ଥିତ ବାରବାଟିଆ କାଳୀପଡିଆରେ ଆୟୋଜିତ ଏହି ସାର୍ବଜନିତ ଦେଶଦୋଳ ମେଲଣ ୧୩୦ବର୍ଷର ପରମ୍ପରା ।ଏହି ମେଲଣରେ ଦୌଲତପୁର, ବାମନବିନ୍ଧା ଓ ହରିସିଂହପୁର ପଞ୍ଚାୟତ ଅଧୀନ ମାଲପୁର, ବିନ୍ଧା, ଦୌଲତପୁର, ଖେଦରପୁର, ବାମନବିନ୍ଧା, ଶ୍ରୀରାମପୁର, ମାଲପୁର, ପାଢ଼ୀସାହି, ନଳତେଇ ଇତ୍ୟାଦି ଗ୍ରାମର ୧୯ଟି ଦୋଳ ବିମାନ ଯୋଗ ଦେଇଥିଲେ । ମାଲପୁରର ବଡ଼ ଭାଇ ଭାବେ ପରିଚିତ ଶ୍ରୀ ବୃନ୍ଦାବନ ଜୀଉଙ୍କ ପରେ ଅନ୍ୟ ଜୀଉମାନେ ମନୋରମ ଶୋଭାଯାତ୍ରାରେ ଆସି ଶାନ୍ତି ଶୃଙ୍ଖଳାର ସହ ମେଳଣ ପଡ଼ିଆରେ ପହଁଞ୍ôଚଥିଲେ । ପରେପରେ ଅନ୍ୟ ଜୀଉମାନେ ପଡ଼ିଆରେ ପ୍ରବେଶ କରିଥିଲେ । କମିଟିର କର୍ମକର୍ତ୍ତା, ଠାକୁରବାଡ଼ିଆ, ସ୍ଥାନୀୟ ନେତୃବୃନ୍ଦ, ପୋଲିସ ପ୍ରଶାସନ ଏବଂ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭକ୍ତିଭରା ଆନ୍ତରିକ ଉଦ୍ୟମ ଓ ସହଯୋଗରେ ଏହି ମେଳଣ ଅନୁଷ୍ଠିତ ହୋଇଥିଲା । ଏହି ମେଳଣ ଦୋଳ ପୂର୍ଣ୍ଣମୀର ପର ଦିନ ତଥା ହୋଲି ଖେଳ ସଂଧ୍ୟାରେ ଆରମ୍ଭ ହୋଇ ପରଦିନ ଶେଷ ହୋଇଥିଲା । କମିଟି ସଭାପତି ପ୍ରଫୁଲ୍ଲ କୁମାର ପାଢ଼ୀ, ଅଜୟ ମହାନ୍ତି, ସଞ୍ଜୟ ମହାନ୍ତି, ସୁଧରଞ୍ଜନ ମହାନ୍ତି, ମନୋରଞ୍ଜନ ମହାନ୍ତି, ସାଇରମଣ ମହାନ୍ତି, ଚିତ୍ତରଞ୍ଜନ ମହାନ୍ତି, ଜ୍ଞାନ ରଞ୍ଜନ ମହାନ୍ତି, ବିଷ୍ଣୁ ଦାସ, ଦୁଃଖ ଦାସ ଓ ପିରହାଟ, ବାରବାଟିଆ ପାଢ଼ୀ ସାହି ର କର୍ମକର୍ତା ଓ ଅନ୍ୟାନ୍ୟ ଠାକୁର ବାଡିଆ ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

