ଜମ୍ଭରା,କେନ୍ଦୁଝର
ରାଜଧାନୀ ଭୁବନେଶ୍ବରର ରେଡକ୍ରସ୍ ଭବନ ଠାରେ ଅନୁଷ୍ଠିତ ପ୍ରଥମ ବାର୍ଷିକ ସେବତୀ ଲୋକନାଥ ସାହିତ୍ୟ ସେବା ଅନୁଷ୍ଠାନର ସମ୍ବର୍ଦ୍ଧନା ସମାରୋହରେ କେନ୍ଦୁଝର ଜିଲ୍ଲା ଜମ୍ଭରା ଗ୍ରାମର ଆଦର୍ଶ ଶିକ୍ଷାବିତ୍ ଓ ସାହିତ୍ୟିକ ଡଃ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ସାରଳା ମୃତାଧାର ସମ୍ମାନ ରେ ସମ୍ମାନିତ କରାଯାଇଛି।ଆଦର୍ଶ ଶିକ୍ଷାବିତ୍ ଓ ସୁସାହିତ୍ୟିକ ଡଃ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ସଭାରେ ସାରଳା ସାହିତ୍ୟ ସଂସଦର ସମ୍ପାଦକ ଡଃ ନିରଞ୍ଜନ ତ୍ରିପାଠୀ ଉଦ୍ଘାଟକ ଥିବା ବେଳେ ଶିଶୁ ସାହିତ୍ୟିକ ଲାବଣ୍ୟ ଶବର ମୁଖ୍ୟ ଅତିଥି,ବ୍ରହ୍ମାନନ୍ଦ ବିଶ୍ଵାଳ ମୁଖ୍ୟ ବକ୍ତା, ସୌଭାଗିନି ଦାଶ,ସୁଷମା ଦାଶ ଷଡଙ୍ଗୀ,ତ୍ରୈଲୋକ୍ୟ ନାଥ ଷଡଙ୍ଗୀ,ତ୍ରିନାଥ ପ୍ରସାଦ ଷଡଙ୍ଗୀ ଓ ସମ୍ପାଦିକା ସୌଦାମିନୀ ତ୍ରିପାଠୀ ବରେଣ୍ୟ ଅତିଥି ଭାବେ ମଞ୍ଚାସୀନ ଥିଲେ।ଅତିଥି ମାନଙ୍କର ସାହିତ୍ୟିକର ସାମାଜିକ ପ୍ରତିବଦ୍ଧତା ଉପରେ ଅଭିଭାଷଣ ସଭିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ସାହିତ୍ୟ ପ୍ରତ୍ୟେକ ମଣିଷର ଜୀବନ ଓ ସାହିତ୍ୟ ମାଧ୍ୟମରେ ସେବା ରାଷ୍ଟ୍ର ଗଠନର ଏକ ମାଧ୍ୟମ ବୋଲି ଡଃ ସେନାପତିଙ୍କ ଅଭିଭାଷଣ ସଭିଙ୍କ ମନରେ ଏକ ଆଲୋଡନ ସୃଷ୍ଟି କରିଥିଲା।ଏଇ ସମାରୋହରେ ଡଃ ସେନାପତିଙ୍କୁ ସାହିତ୍ୟ କ୍ଷେତ୍ରରେ ସମାଜ ପାଇଁ ଅବଦାନ ଓ ରାଷ୍ଟ୍ର ସେବା ପାଇଁ ନିଜ ତ୍ୟାଗ ଓ ନିଷ୍ଠାପାଇଁ ସାରଳା ମୃତାଧାର ଦିବ୍ୟ କମଳ ସମ୍ମାନର ମାନପତ୍ର ଉପଢୌକନ ଓ ସ୍ମାରକୀ ପତ୍ର ପ୍ରଦାନ କରାଯାଇଥିଲା।ପ୍ରକାଶ ଥାଉ କି ଡଃ ସେନାପତି ସୁନ୍ଦର ମୋ ଭାଷା ସାହିତ୍ୟ(ଅନନ୍ୟା),ଜମ୍ଭରା,କେନ୍ଦୁଝରର ପ୍ରତିଷ୍ଠାତା ସମ୍ପାଦକ ସହ ଅନେକ ଅନୁଷ୍ଠାନର କର୍ମକର୍ତ୍ତା।ଶିକ୍ଷା କ୍ଷେତ୍ରରେ ଓ ସାହିତ୍ୟ ସେବା କ୍ଷେତ୍ରରେ ତାଙ୍କ ଅବଦାନ ଅବର୍ଣ୍ଣନୀୟ।

