ମାର୍ଚ୍ଚ ୩ ତାରିଖ ଦିନ ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଏହି ବର୍ଷର ଏକମାତ୍ର ଚନ୍ଦ୍ରଗ୍ରହଣ ଯାହା ଭାରତରେ ଦୃଶ୍ୟମାନ ହେବ । ଏହି ଗ୍ରହଣ ସମୟରେ ଚନ୍ଦ୍ର ଲାଲ ରଙ୍ଗର ଦେଖାଯିବ । ଯାହା ବ୍ଲଡ୍ ମୁନ୍ ଭାବରେ ଜଣାଶୁଣା । ଯେତେବେଳେ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ପୃଥିବୀର ଛାଇରେ ଆସେ ସେତେବେଳେ ଏହି ଦୃଶ୍ୟ ଦେଖାଯାଏ । ଏହି ସମୟରେ, ପୃଥିବୀର ବାୟୁମଣ୍ଡଳରୁ ପ୍ରତିଫଳିତ ହେବା ପରେ ସୂର୍ଯ୍ୟକିରଣ ଚନ୍ଦ୍ରରେ ପହଞ୍ଚିଥାଏ ଯାହା ଫଳରେ ଚନ୍ଦ୍ର ଲାଲ ରଙ୍ଗର ଦେଖାଯାଇଥାଏ । ଏହି ଗ୍ରହଣ ନୂଆଦିଲ୍ଲୀ, ଚେନ୍ନାଇ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ପାଟନା ସମେତ ଭାରତର କିଛି ପ୍ରମୁଖ ସହରରେ ଦୃଶ୍ୟମାନ ହେବ ।
ଏହି ଗ୍ରହଣ ଅପରାହ୍ନ ୩ଟା ୨୦ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ୪୭ ମିନିଟ୍ ପର୍ଯ୍ୟନ୍ତ ରହିବ । ବିଶେଷ କଥା ହେଉଛି ଯେ ଏହି ସମୟରେ ମନ୍ଦିରର ଦ୍ବାର ବନ୍ଦ ରହିଥାଏ ଏବଂ କୌଣସି ପୂଜାପାଠ କରାଯାଇନଥାଏ । ଗ୍ରହଣ ଶେଷ ହେବା ପରେ ଗଙ୍ଗା ଜଳ ଛିଞ୍ଚି ମନ୍ଦିର, ଘର ସଫା କରାଯାଏ ଏବଂ ନିୟମିତ ଭାବେ ପୂଜାପାଠ ଆରମ୍ଭ ହୁଏ । ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣର ସୂତକ ସମୟ ସକାଳ ୬ଟା ୨୦ମିନିଟରେ ୯ ଘଣ୍ଟା ପୂର୍ବରୁ ଆରମ୍ଭ ହେବ ।
ଜ୍ୟୋତିଷ ବିଶ୍ୱାସ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ ମୁଖ୍ୟତଃ ମନ ଏବଂ ଭାବନାକୁ ପ୍ରଭାବିତ କରିବ। ଏହି ସମୟ ମଧ୍ୟରେ ବ୍ୟକ୍ତିବିଶେଷ ମାନସିକ ଅସ୍ଥିରତା, ଚିନ୍ତା କିମ୍ବା ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ଅନୁଭବ କରିପାରନ୍ତି। ତେଣୁ, ଏହି ସମୟ ମଧ୍ୟରେ ଶାନ୍ତ ରହିବା ଏବଂ ବଡ଼ ନିଷ୍ପତ୍ତି ନେବାରୁ ଦୂରେଇ ରହିବା ଭଲ। କେଉଁ ରାଶିର ଲୋକଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ପ୍ରଭାବ ପଡିବ ତେବେ ଆସନ୍ତୁ ଜାଣିବା ।

