ଭାଷା କେବଳ ଶବ୍ଦ ନୁହେଁ ଅନ୍ତର ର ସ୍ୱର, ମା ପରି ଭାଷା ଆମ ଅନ୍ତରଙ୍ଗ, ଆମ ମାତୃଭାଷା ଓଡ଼ିଆ କୁ ତୁଣ୍ଡ ରେ ଧରି ଆମେ ଧନ୍ୟ ହୋଇଛୁ ବୋଲି ଫେବୃଆରୀ ୨୧ତାରିଖ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ଗୁଗଲ ମିଟ ରେ ଆୟୋଜିତ ଆସର ରେ ଭାଷା ପ୍ରେମୀ ମାନଙ୍କୁ ରଶ୍ମି ମହାପାତ୍ର ଙ୍କ ବକ୍ତ୍ୟବ୍ୟ ଥିଲା। ଉକ୍ତ ସଭାରେ ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ରେ ରହୁଥିବା ବୈଜ୍ଞାନିକ ଅରୁଣ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଆସନ ଅଳଙ୍କୃତ କରି ନିଜ ବକ୍ତ୍ୟବ୍ୟ ମାଧ୍ୟମ ରେ ନିଜ ମାଟି ଆଉ ଭାଷା ର ନିବିଡ଼ତା ବିଷୟ ରେ ବର୍ଣ୍ଣନା କରିଥିଲେ। ମନୋରମା ମିଶ୍ର ଜଗନ୍ନାଥ ଅଷ୍ଟକମ ପାଠ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ପାରମିତା ଷଡଙ୍ଗୀ ଭାଷା ମଣିଷ କୁ ବୁଝେ ଏବଂ ସଂକେତ ର ଧ୍ୱନୀ ରେ ଭାଷା ଅଛି ବୋଲି କହିଥିଲେ।ଗଣିତ ଅଧ୍ୟାପକ ତପନ ପାତ୍ର, ଡ଼କ୍ଟର ଅରୁନ୍ଧତୀ ମହାନ୍ତି, ଚ୍ଛତିଶଗଡ଼ ରୁ ଡ଼କ୍ଟର ବାମନ ଚରଣ ଦୀକ୍ଷିତ, ଓଡିଶା ରୁ ଅଧ୍ୟାପିକା ଡ଼କ୍ଟର ବିଚିତ୍ରା ମଞ୍ଜରୀ ତ୍ରିପାଠୀ, ସୁସ୍ମିତା ମହାପାତ୍ର, ଶୁଭଶ୍ରୀ ପଟ୍ଟନାୟକ, କଳ୍ପନା ମିଶ୍ର, ନିରାକାର ପ୍ରଧାନ, ଡ଼କ୍ଟର ଚିତ୍ତରଞ୍ଜନ କୁଣ୍ଡୁ, ସୁଦୂର ଆମେରିକା ରୁ ଚନ୍ଦ୍ରା ମିଶ୍ର, କଲିକତା ରୁ ସନାତନ ମହାକୁଡ଼, ତରୁଣ ବାଳ। ମହାପାତ୍ର, ଶବ୍ଦ ର କୁଞ୍ଜ ରେ କବିତା, କଥା ମାଧ୍ୟମ ରେ ଭାଷା ର ମହାନତା ବଖାଣିଥିଲେ। ଡ଼କ୍ଟର ବିଚିତ୍ରା ମଞ୍ଜରୀ ବିଭିନ୍ନ ଉଦାହରଣ ଦେଇ ଦିବସ ର ମହାନିୟତା ଲାଗି ନିଜ ମନ୍ତ୍ୟବ୍ୟ ରଖିଥିଲେ।
ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ର ସଂସ୍ଥାପିକା ମୈତ୍ରେୟୀ କମିଳା ଧନ୍ୟବାଦ ଅର୍ପଣ କରିଥିଲେ।

