ପାରାଦୀପ: ଚାରି ମହଲା କୋଠାରୁ ଖସି ମହିଳାଙ୍କ ମୃତ । ପାରାଦୀପ ତାରେଣୀଗଡାର ଏକ ଚାରି ମହଲା ଉପରୁ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ । ଘଟଣାସ୍ଥଳରେ ପାରାଦୀପ ଆଦର୍ଶ ଥାନା ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଚାରି ମହଲା କୋଠାରେ କାମ ଚାଲିଥିଲା । କାହିଁକି ମହିଳା ଜଣଙ୍କ ଛାତ ଉପରକୁ ଯାଇଥିଲେ ତାହା ଜଣା ପଡିନାହିଁ। ତେବେ ମହିଳା ସେଠାକୁ କାହିଁକି ଆସିଥିଲେ ଏବଂ ମହିଳା ଜଣଙ୍କ କିଏ ତାହା ଜଣାପଡ଼ି ନାହିଁ । ଡେଇଁ ପଡ଼ିଲେ ନା କେହି ତାଙ୍କୁ ଠେଲି ଦେଇଛି ତାକୁ ନେଇ ସସପେନ୍ସ ଜାରି ରହିଛି ।

