ଭୁବନେଶ୍ୱର: ଚାଲିପାରୁନି ଗୃହ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ବିଧାନସଭାରେ ଥମୁନି ଚାଷୀ ଝଡ଼ । ବିଧାନସଭା ବଜେଟ ଅଧିବେଶନ ଚତୁର୍ଥ ଦିନରେ ଆଜି ବି ଗୃହ ଆରମ୍ଭରୁ ହଟ୍ଟଗୋଳ । ମାତ୍ର ୬ ମିନିଟ ଚାଲିଲା ଗୃହ । ଚାଷୀ ସମସ୍ୟାକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା ଓ ନାରାବାଜି । ଗୃହର ମଧ୍ୟଭାଗକୁ ଆସି ବ୍ୟାନର ଓ ପ୍ଲାକାର୍ଡ ଦେଖାଇ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ । କଂଗ୍ରେସ ବିଧାୟକ ମାନେ କଳାପଟି ବାନ୍ଧି ପ୍ରତିବାଦ କରିଛନ୍ତିମ । ପ୍ରବଳ ହଟ୍ଟଗୋଳ ଯୋଗୁ ଦିନ ୧୧ଟା ୩୦ ଓ ପରେ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି।
ଧାନ କିଣାରେ ଅବ୍ୟବସ୍ଥା ପ୍ରସଙ୍ଗରେ ଗତ ଦୁଇ ଦିନ ହେଲା ବିଧାନସଭାରେ ପ୍ରତିବାଦ କରି ଆସୁଛନ୍ତି । ଆଜି ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ବିଜେଡି କହିଛି, ରାଜରାସ୍ତାରେ ଚାଷୀ । ସରକାର କେବଳ ଭାଷଣ ମାରୁଛନ୍ତି । ବିକାଶ ଠପ୍ ହୋଇ ପଡିଛି । କଂଗ୍ରେସ କହିଛି, ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରନ୍ତୁ । ଚାଷୀ ଅପେକ୍ଷା କରିଛନ୍ତି, ବିଧାନସଭାରେ କଣ ଆଲୋଚନା ହେବ । ସେପଟେ ବିଜେପି କହିଛି ଚାଷୀଙ୍କ ସମସ୍ୟା ସମାଧାନ କରିବା ପାଇଁ ବିରୋଧୀଙ୍କ କୌଣସି ଆନ୍ତରିକତା ନାହିଁ । କେବଳ ରାଜନୈତିକ ଫାଇଦା ଉଠାଇବାକୁ ଉଦ୍ୟମ କରାଯାଉଛି ବୋଲି ଦଳ କହିଛି ।

