ଦେଶ- ବିଦେଶ

ରୁଷ ନିର୍ଦ୍ଧାରଣ କରିବନି ୟୁକ୍ରେନର ଭବିଷ୍ୟତ : ୟୁରୋପୀୟ ସଂଘ

Spread the love

କିବ୍ : ୟୁକ୍ରେନରେ ଚାଲିଥିବା ଯୁଦ୍ଧର ଅବସାନ ପାଇଁ ଭ୍ଲାଦିମିର ପୁଟିନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମାପ୍ତ ହେବା ପରେ ୟୁରୋପୀୟ ସଂଘ ଏକ ବଡ଼ ବୟାନ ଦେଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନର ଭବିଷ୍ୟତ ରୁଷ ନିର୍ଦ୍ଧାରଣ କରିପାରିବ ନାହିଁ । ସେହିପରି ୟୁକ୍ରେନ ୟୁରୋପୀୟ ସଂଘ ଅଥବା ନାଟୋରେ ସାମିଲ ହେବ କି ନା ତାହା ମସ୍କୋ ନିର୍ଦ୍ଧାରଣ କରିପାରିବ ନାହିଁ । ୟୁକ୍ରେନକୁ ନାଟୋରେ ସାମିଲ ହେବାକୁ କେହି ଅଟକାଇପାରିବେ ନାହିଁ।

ଇୟୁ କହିଛି ଯେ ୟୁକ୍ରେନର ଭବିଷ୍ୟତ ନିଷ୍ପତ୍ତି ନେବା ପାଇଁ ରୁଷର କୌଣସି ଭିଟୋ କ୍ଷମତା ନାହିଁ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର ଲେଏନ୍ ଏକ ମିଳିତ ବିବୃତ୍ତି ଜାରି କରି କହିଛନ୍ତି ଯେ ନିଜର ମେଣ୍ଟ ବାଛିବାର ଅଧିକାର ୟୁକ୍ରେନର ରହିଛି । ଏହି ଅଧିକାର ଲାଗି ଇୟୁ ନିଜର ସମର୍ଥନ ଜାରି ରଖିବ । 

ଯୁଦ୍ଧବିରତି ପାଇଁ ଏକ ଏକ ତ୍ରିପକ୍ଷୀୟ ସମ୍ମିଳନୀ ଆୟୋଜନ ଲାଗି ୟୁରୋପୀୟ ସଂଘ ଉଦ୍ୟମ କରିବ ବୋଲି କହିଛି । ଏହା ସହିତ ରୁଷ ଉପରେ ଲାଗୁ କଟକଣାକୁ ଜାରି ରଖିବା ଓ ସେଗୁଡ଼ିକୁ ଆହୁରି କଠୋର କରିବା ଲାଗି ୟୁରୋପୀୟ ସଂଘ ସଂକଳ୍ପ ଜାରି କରିଛି ।

ଏହା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଥିଲେ ଯେ ତାଙ୍କ ଦେଶର ସ୍ଥିତି ସ୍ପଷ୍ଟ – କେବଳ ରୁଷ ପକ୍ଷରୁ ଆକ୍ରମଣରେ ବିରତି ନୁହେଁ ବରଂ ସ୍ଥାୟୀ ଶାନ୍ତି ଆବଶ୍ଯକ । 

Leave a Reply

Your email address will not be published. Required fields are marked *