ତିହିଡି, ୦୮.୦୨: ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ ସ୍ଥାନୀୟ ସୈନିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ସଂଘର ସଭାପତି ଶିକ୍ଷାବିତ୍ ଭଗବାନ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଦୀନବନ୍ଧୁ ପତି, ମୁଖ୍ୟ ବକ୍ତା ଭାବେ ଡ.ଲକ୍ଷ୍ମୀଧର ତ୍ରିପାଠୀ, ସମ୍ମାନୀତ ଅତିଥିଭାବେ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ବାରିକ, ଶିକ୍ଷାବିତ୍ ସର୍ବେଶ୍ୱର ବଳ, ସମାଜସେୀ ସଚ୍ଚିକାନ୍ତ ନାୟକ ଓ ସ୍କୁଲର ଅଧ୍ୟକ୍ଷ ବିଷ୍ମୟ ବିହାରୀ ସାହୁ ପ୍ରମୁଖ ଯୋଗଦେଇ ସଂଘର କାର୍ଯ୍ୟକ୍ରମକୁ ପ୍ରସଂଶା କରିଥିଲ । ପ୍ରାରମ୍ଭରେ ବଙ୍କିମ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ତିହିଡି ହାଇସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା “ବନ୍ଦେ ଉତ୍କଳ ଜନନୀ” ସଂଗୀତ ଗାନ କରା ଯାଇଥିଲା । ସମ୍ପାଦକ ଶିକ୍ଷାବିତ୍ କାଳିଚରଣ ମଲ୍ଲିକ ସଂଘର ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷାବିତ୍ ନିର୍ମଳ ଚନ୍ଦ୍ର ଦଳେଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷାବିତ୍ ଭାଗିରଥି ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରବିନ୍ଦ୍ର କୁମାର ପରିହାରୀ, ମାଳତୀ ବେହେରା, ସୁରେନ୍ଦ୍ର ନାୟକ, ଜେମାମଣୀ ପରିଡା, ଉପେନ୍ଦ୍ର ଗୋଚ୍ଛାୟତ, ଦୟାନିଧି ବେହେରା, ପରମାନନ୍ଦ ବେହେରା ପ୍ରମୁଖ ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଶୈଳେନ୍ଦ୍ର କୁମାର ଭୁଆଁ, ପ୍ରଫୁଲ କୁମାର ଧଳ, ଲାବଣ୍ୟବତୀ ଦାସ ଓ ପ୍ରଭାବତୀ ବେହେରାଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସ୍ୱର୍ଗତ ଗୋପିନାଥ ସେନାପତିଙ୍କ ସ୍ମାରକୀ ଉଦ୍ଦେଶ୍ୟରେ ମାନାପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଦୁଇ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲ । ବାବାଜୀ ଚରଣ ମହାକୁଡ, ବନମାଳି ମହାନ୍ତି, ସୁରେନ୍ଦ୍ର ବଳ, ସୁରେନ୍ଦ୍ର ସେନାପତି, ଗୟାଧର ନାୟକ ଓ ମଦନ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

