ତିହିଡି, ୦୮.୦୨: ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବରିଷ୍ଠ ନାଗରିକ ସଂଘର ୧୦ମ ବାର୍ଷକ ଉତ୍ସବ ସ୍ଥାନୀୟ ଚନ୍ଦ୍ର ଶେଖର ରତ୍ନାକର ସହଯୋଗ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଶିକ୍ଷାବିତ୍ ନିତ୍ୟାନନ୍ଦ ମଲ୍ଲିକଙ୍କ ସଂଚାଳନା ଓ ସଭାପତି ସୋମନାଥ ପାଢୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ ଯୋଗଦେଇ ବୟସ ଏକ ସଂଖ୍ୟା ଯାହାକୁ ନେଇ ଆମେମାନେ ବିବ୍ରତ ହେବା ଉଚିତ ନୁହେଁ, ବରିଷ୍ଠମାନଙ୍କ ଦ୍ୱାରା ଗୁଗୁଲ୍ ଠାରୁ ଅଧିକ ଜ୍ଞାନ ଆହରଣ କରି ହୁଏ ବୋଲି କହିଥିଲେ । ବରେଣ୍ୟ ଅତିଥିଭାବେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ସମ୍ମାନୀତ ଅତିଥିଭାବେ ଜିଲ୍ଲାପାଳ ଦଲ୍ଲୀପ କୁମାର ରାଉତରାୟ, ପ୍ରଧାନ ଶିକ୍ଷକ ସମରେନ୍ଦ୍ରନାଥ ମିଶ୍ର, ଉପସଭାପତି ଇ. ମହେଶ ପ୍ରସାଦ ଦାସ ପ୍ରମୁଖ ଯୋଗଦେଇ ସମସ୍ତ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ନାୟକଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନକଙ୍କ ଦ୍ୱାରା “ବନ୍ଦେ ଉତ୍କଳ ଜନନୀ” ସଂଗୀତ ଗାନ କରାଯାଇଥିଲା ।
ସମ୍ପାଦକ ବିଭୁତି ଭୁଷଣ ସେନାପତି ବାର୍ଷିକ ବିବରଣୀ ପାଠ କରିଥିଲେ । ଉପଦେଷ୍ଟା ରଘୁନାଥ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଚ୍ଚିକାନ୍ତ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘର ବାର୍ଷିକ ପୁସ୍ତକ “ବର୍ଷିଆନ୍” ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଦୈତାରୀ ମହାପାତ୍ର, ସୁରେନ୍ଦ୍ର କୁମାର ନାୟକ, ନିତ୍ୟାନନ୍ଦ ମଲ୍ଲିକ, କମଳାକାନ୍ତ ଲେଙ୍କା, ସମରେନ୍ଦ୍ରନାଥ ମିଶ୍ର, ଜୟଦେବ ଦାସ, ରବିନ୍ଦ୍ର କୁମାର ଦାସ, ବନମାଳି ଦାସ, ନରହରି ନାୟକ, ରଘୁନାଥ ପାତ୍ର, ରଘୁନାଥ ଜେନା, ନାରାୟଣ ଚନ୍ଦ୍ର ମହାନ୍ତି, କୃଷ୍ଣଚନ୍ଦ୍ର ନାୟକ, ଭଗବାନ ପାଣିଗ୍ରାହୀ, ନିରଞ୍ଜନ ନାୟକ, ସଚ୍ଚିକାନ୍ତ ଦାସ, ଅର୍ଜୁନ ଚରଣ ଦାସ ଓ ରମାକାନ୍ତ ଦାସଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆମନ୍ତ୍ରିତ ଅତିଥିଭାବେ ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ଦାସ, ପ୍ରଭାରୀ ବୁଦ୍ଧଦେବ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସକାଳେ ପ୍ରଥମ ଅଧିବେଶନରେ ୬ଟି ଜୋନର ବରିଷ୍ଠ ନାଗରିକମାନେ ଯୋଗଦାନ କରିଥିଲେ । ଇ.ମହେଶ ପ୍ରସାଦ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ହରେକୃଷ୍ଣ ମହାକୁଡ, ଧନେଶ୍ୱର ବିଶ୍ୱାଳ,ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସୀନ ହୋଇ ଉଦ୍ବୋଧନ ଦେଇଥିଲେ । ଗୟାଧର ବଳ, ବଳରାମ ସେନାପତି, ଜଗନ୍ନାଥ ନାୟକ, ବିଶ୍ୱମୈତ୍ରୀ ନାୟକ, ସନ୍ୟାସୀ ଚରଣ ବ୍ରହ୍ମ, ପି.ହୃଷିକେଶ, କୃତ୍ତିବାସ ଜେନା, ହରିଶ୍ଚନ୍ଦ୍ର ବାରିକ, ରଘୁନାଥ ଜେନା, ମଥୁରା ମୋହନ ବେହେରା, ଅକ୍ଷୟ ବ୍ରହ୍ମ, କୁଳମଣି ସାହୁ, ବିଷ୍ଣୁ କୁମାର ସାହୁ ପ୍ରମୁଖ ପରଚାଳନାରେ ସହଯୋଗ କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

