ତିହିଡି, ୦୮.୦୨: ବହୁ ପ୍ରତିକ୍ଷିତ ତିହିଡି ମହୋତ୍ସବ ରବିବାର ପୂର୍ବାହ୍ନରେ ଉଦ୍ଘାଟିତ ହୋଇଯାଇଛି । ଐତିହ୍ୟ ଓ ପରମ୍ପରା ବହନ କରୁଥିବା ଏହି ମହୋତ୍ସବ ଚଳିତ ବର୍ଷ ୧୦ ବର୍ଷରେ ପଦାର୍ପଣ କରିଛି । ଏହି ମହୋତ୍ସବ ଏଥର ୬ ଦିନ ଧରି ଚାଲିବ । ଶ୍ୟାମା କ୍ଲବ ଓ ମହୋତ୍ସବ କମିଟିର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ମହୋତ୍ସବକୁ ଅଧିକ ସରସ ସୁନ୍ଦର କରିବା ଲାଗି ପ୍ରତି ସଂଧ୍ୟାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମମାନ ରହିଛି । ବିଭିନ୍ନ ସଗଠନର କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ଏକ ବାଇକ୍ ଶୋଭାଯାତ୍ରା ଜରିଆରେ ତିହିଡି ବ୍ଲକର ଐତିହ୍ୟ ଓ ଶକ୍ତି ପୀଠ ଛତ୍ରପଦାସ୍ଥିତ ମା’ ପାଟଣମଙ୍ଗଳା, ଈଶ୍ୱରପୁରସ୍ଥିତ ମା’ ଦପାନାୟକାଣୀ, ସୟା ବାଂଶବାଗସ୍ଥିତ ମୁକ୍ତେଶ୍ୱର ମହାଦେବ, ପାଳିଆସ୍ଥିତ ବିରଞ୍ôଚନାରାୟଣ ଓ ଗୁଆମାଳ ନୂଆସାଶନସ୍ଥିତ କୁମାରେଶ୍ୱର ଠାରୁ ପବିତ୍ର ଜ୍ୟୋତି ଅଣାଯାଇ ମହୋତ୍ସବ ପଡିଆରେ ପହଁଞ୍ôଚଥିଲା । ମହୋତ୍ସବ କମିଟିର ସଭାପତି ସୋମନାଥ ପାଢୀଙ୍କ ପୌରହିତ୍ୟରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ସମ୍ମାନୀତ ଅତିଥିଭାବେ ତିହିଡି ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ଦାସ, ଭାଟପଡା ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ଚରସ ହାଇସ୍କୁଲର ପ୍ରଧାନ ଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ନାୟକ, ବିଜେପି ନେତା ରଘୁନାଥ ପାତ୍ର, ମାନସ ରଞ୍ଜନ ନାୟକ ଓ କୈଳାସ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କମିଟି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଉଦ୍ଘାଟନ କରିଥିଲେ । ଭଦ୍ରକ ଓ କଟକ ରକ୍ତ କେନ୍ଦ୍ରର ମିଳିତ ସହଯୋଗରେ ମୋଟ ୮୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ତିହିଡି ବ୍ଲକର ବିଭିନ୍ନ ସାମାଜିକ ଯଥା ସଂଗଠନ ଯୁବମଞ୍ଚ, ଗୋପବନ୍ଧୁ ସେବକ ସେନା, ଗୋପବନ୍ଧୁ ସେବା ସଂଘ, ଉତ୍କଳମଣି ସେବା ସଂଘ, ତ୍ରିବେଣୀ ଚାରିଟେବୁଲ୍ ଟ୍ରଷ୍ଟ, ବିପଦବନ୍ଧୁ ସେବା ସଂଗଠନ, ମା ଶାହାଡାଶୁଣି ସେବା ଟ୍ରଷ୍ଟ, ଆଗାମି ଆଲୋକ, ଭାରତ ସୋସିଆଲ ସର୍ଭିସ୍ ଆଦିର କାର୍ଯ୍ୟକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ । ଡ,ଲକ୍ଷ୍ମୀଧର ତ୍ରିପାଠୀ, ଚନ୍ଦ୍ରକାନ୍ତ ମହାନ୍ତି, ଗିରିଜା ରମଣ ଜେନା, ଧିରେନ୍ଦ୍ର ସାହୁ, ପ୍ରଭାତ ଜେନା, ମନୋଜ ସେନାପତି, ମନୋଜ ପାଣିଗ୍ରାହୀ, ପ୍ରତାପ ଜେନା, ଡ. ଅମୁଲ୍ୟ ପାଣିଗ୍ରାହୀ, ଜୟକୃଷ୍ଣ ସେଠୀ, ମୃତ୍ୟୁଞ୍ଜୟ ଦାସ, ସଞ୍ଜୟ ଦାସ, କୈଳାସ ବେହେରା, ନିରଞ୍ଜନ ବାରିକ, ବିଷ୍ମୟ ବିହାରୀ ସାହୁ, ପ୍ରିୟବ୍ରତ ପାଢୀ, ଶୁଭମ ସାର୍ଥକ ଜେନା ଓ ସୁଶାନ୍ତ ଯତି ପ୍ରମୁଖ ସମୂହ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ଜଣାଯାଇଛି । ଉଦ୍ଘାଟନୀ ସଂଧ୍ୟାରେ ଓଡିଶା ସଂସ୍କୃତି ବିଭାଗ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ମହୋତ୍ସବ କମିଟି ପକ୍ଷରୁ ସୂଚନା ମିଳିଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

