ସୁବର୍ଣ୍ଣପୁର :- ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ । ବରଗଡ଼ ଜିଲ୍ଲାରୁ ସୁବର୍ଣ୍ଣପୁର ଜିଲ୍ଲା କୁ ବେଆଇନ ଚାଲାଣ ହେଉଥିବା ବିପୁଳ ପରିମାଣର ୯ ହଜାର ବୋତଲ କଫ ସିରଫ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଥିବା ବେଳେ ଜଣ ୩ ଫେରାର ମାରିବାରେ ସକ୍ଷମ ହୋଇଥିଲେ ଏବଂ ୨ ଚାରି ଚକିଆ ଗାଡି ଜବତ ହୋଇଛି । ଆଜି ୨ଟି ଗାଡ଼ିରେ କଫ ସିରଫ ଚାଲାଣ ହେଉଥିବା ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ସୁବର୍ଣ୍ଣପୁର ଏସପି ଙ୍କ ନିର୍ଦ୍ଦେଶ କ୍ରମେ ରାମପୁର ଥାନା ର ଏସଆଇ ପ୍ରକାଶ ନନ୍ଦ ପୋଲିସ ଟିମ ସହ ରାସ୍ତା ବ୍ଲକିଂ ସହ ତନାଘନା ଚଲେଇ ଥିଲା। ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ସାହାଜବାହାଲ ଗ୍ରାମ ନିକଟରେ ପୋଲିସ ଗାଡ଼ି କୁ ଠାବ କରିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୋଲେରୋ ପିକଅପ ନଂ OD03 AB-1790 ଓ ହୋଣ୍ଡା ସିଭି କାର ନଂ OR17 F 6666 ରୁ ୯ ହଜାର ବୋତଲ କଫ ସିରଫ ଜବତ କରିଥିବା ବେଳେ କଫ ସିରଫ ମାଫିଆ ବରଗଡ଼ ଜିଲ୍ଲା ସତଲମା ଗାଁର ଗୁଲସନ ସାହୁ (୨୪)କୁ ଗିରଫ କରିଛି ପୋଲିସ ଏବଂ ୨ଟି ଗାଡିକୁ ମଧ୍ୟ ଜବତ କରି ଅଧିକ ତଦନୁ ଜାରି ରଖୁଛି ରାମପୁର ପୋଲିସ I ମାଜିଷ୍ଟ୍ରେଟ ଦାୟିତ୍ଵ ରେ ଥିବା ଅତିରିକ୍ତ ତହସିଲଦାର ବିଶ୍ବମ୍ବର ନାଥ ପାଣ୍ଡେଙ୍କ ଉପସ୍ଥିତିରେ ପୋଲିସ ଜବତ ହୋଇଥିବା ଦୁଇଟି ଗାଡ଼ିରୁ ଏହି କଫ ସିରଫ ଜବତ କରାଯାଇଥିବା ସୂଚନା I ରାମପୁର ଥାନା ଆଇଆଇସି ଡୋଳାମଣି ନାଏକ ଏନଡିପିଏସ ଆକ୍ଟ ରେ ମାମଲା ଏକ ରୁଜୁ କରି ଏ ନେଇ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ସାମ୍ୱାଦିକ ସମ୍ମିଳନୀରେ ଏସପି ନାରାୟଣ ନାୟକ ଓ ଏଡିପିଓ ରେଣୁକା ସୁନା ସବିଶେଷ ସୂଚନା ଦେଇଥିଲେ।

