ତିହିଡି, ୦୫.୦୨:ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଭଦ୍ରକ ଜିଲ୍ଲା କମିଟିର ପୂର୍ବତନ ସଭ୍ୟ, ସିପିଆଇ(ଏମ) ଚାନ୍ଦବାଲି ଆଞ୍ଚଳିକ କମିଟିର ପୂର୍ବତନ ସଂପାଦକ, ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ପ୍ରତାପ ଯେନାଙ୍କ ୧୪ତମ ମୃତ୍ୟୁ ବାର୍ଷିକ ପାଳନ ପରିପ୍ରେକ୍ଷୀରେ ଏକ ସ୍ମୃତି ଚାରଣ ସଭା ଭଦ୍ରକ ପୌରପାଳିକା ଅନ୍ତର୍ଗତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣ ସଭାରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ବରିଷ୍ଠ ଆଇନଜୀବୀ ଶଶିଭୂଷଣ ପଣ୍ଡା, ବିଶିଷ୍ଟ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଓଡିଶା କୃଷକ ସଭା ଚାନ୍ଦବାଲି ବ୍ଲକ ସଂପାଦକ ଅଶୋକ ବେହେରା, ଓଡିଶା କୃଷକ ସଭା ଜିଲ୍ଲା କମିଟି ସଭ୍ୟ ସତ୍ୟମୂର୍ତ୍ତୀ ବେହେରା, ଶିକ୍ଷକ ନେତା ଚିତ୍ରଭାନୁ ଦାଶ, ବରିଷ୍ଠ ଆଇନଜୀବୀ ଗିରିଧାରୀ ନାଥ, ବିଶିଷ୍ଟ ଆଇନଜୀବୀ ବିଜନ ଯେନା, ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ଓକିଲ ସଂଘ ଉପସଭାପତି ଅଶୋକ କୁମାର ନାୟକ, ଆଇନଜୀବୀ ଧିରେନ୍ଦ୍ର ରାୟ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସଂପାଦିକା ସୁରଜିତା ନାୟକ, ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ଆଇନଜୀବୀ ପଦ୍ମିନୀ ବିଶ୍ୱାଳ, ଆଇନଜୀବୀ ସୌମଭ କୁମାର ଦେ, ଆଇନଜୀବୀ ହୃଦାନନ୍ଦ ସୂତାର, ଆଇନଜୀବୀ ଉମାକାନ୍ତ ସେଠୀ, ଯୁବ ଆଇନଜୀବୀ ସୁକାନ୍ତ ସେଠୀ, ଚଣ୍ଡିଗାଁ ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ଶାନ୍ତିଲତା ଜେନା, ବରିଷ୍ଠ ଆଇନଜୀବୀ ରଞ୍ଜନ ନାୟକ, ଯୁବ ଆଇନଜୀବୀ ଉଜ୍ୱଳ ଜେନା, ଯୁବ ଆଇନଜୀବୀ ଓମ୍ ପ୍ରକାଶ ଖଣ୍ଡେଇ, ଯୁବ ଆଇନଜୀବୀ ପ୍ରିୟଦର୍ଶନୀ ସାହୁ ପ୍ରମୁଖ ଯୋଗଦେଇ ଗରିବ ଓ ମେହନତି ମଣିଷଙ୍କ ନେତା ପ୍ରତାପ ଜେନାଙ୍କ ସେବା ଓ ସଂଗ୍ରାମର ରାଜନୀତି ସଂପର୍କରେ ଆଲୋଚନା କରିବା ସହ ବର୍ତ୍ତର୍ମାନ ଆମ ଦେଶର ଏକତା, ଭାଇଚାରା, ଅଖଣ୍ଡତା, ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ସଂଗ୍ରାମୀ ପ୍ରତାପ ଜେନାଙ୍କ ରାଜନୈତିକ ରାସ୍ତାକୁ ଆପଣାଇବାକୁ ପଡିବ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ସଂଗ୍ରାମୀ ପ୍ରତାପ ଜେନା ଙ୍କ ସହଧର୍ମିଣୀ ମହିଳା ନେତ୍ରୀ ପ୍ରଭାତୀ ଜେନା, ଝିଅ ଭଦ୍ରକ ଜିଲ୍ଲା ଯୋଗାଣ ବିଭାଗର ଅନ୍ୟତମ ଅଫିସର ପରିଚିତା ଜେନା ଓ ଜ୍ୱାଇଁ ସମାଜସେବୀ ମନୋଜ ବଳ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂଗ୍ରାମୀ ପ୍ରତାପ ଜେନାଙ୍କ ପରିବାର ପକ୍ଷରୁ ଜ୍ୱାଇଁ ମନୋଜ ବଳ ଏହି ସ୍ମୃତି ଚାରଣ ସଭାରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ଭଦ୍ରକ ଜିଲ୍ଲାର ଶତାଧିକ ସାଧାରଣ ଜନତା ଉପସ୍ଥିତ ଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

