ବ୍ରହ୍ମପୁର – ସାମାଜିକ , ସାଂସ୍କୃତିକ, ଅର୍ଥନୈତିକ, ବାଣିଜ୍ୟକ , ପର୍ଯ୍ୟଟନ ଓ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ତ୍ୱପୂର୍ଣ ସହର ବ୍ରହ୍ମପୁର ତଥା ଦକ୍ଷିଣ ଓଡ଼ିଶାରେ ଗମନାଗମନର ଏକ ପ୍ରମୁଖ ମାଧ୍ୟମ ରେଳ ୱେର ଯେଉଁଭଳି ବିକାଶ ଓ ଅଗ୍ରଗତି ହେବା କଥା ହେଇ ପାରି ନାହିଁ। ସେଥି ମଧ୍ୟରୁ ଅନେକ ପ୍ରକଳ୍ପ ଅଧାପନ୍ତରିଆ ଓ ଆଉ କେତେକ ଘୋଷଣା ହେଇଥିଲେ ସୁଦ୍ଧା ଆରମ୍ଭ ହେଇ ପାରି ନାହିଁ।

ଏ ପରୀପ୍ରେକ୍ଷୀରେ ରେଳ ୱେ ବିକାଶ ସମ୍ବନ୍ଧୀୟ ଅନେକ ପ୍ରସଙ୍ଗ ସମ୍ବଳିତ ଏକ ଦାବୀ ପତ୍ର ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରତନିଧି ମଣ୍ଡଳୀ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଧେଶ୍ଵରେ ତାଙ୍କ ଓଏସଡି କଲ୍ୟାଣ ରଥଙ୍କୁ ଭେଟି ପ୍ରଦାନ କରିବା ସହ ଏ ନେଇ ବିସ୍ତୃତ ଆଲୋଚନା କରିଥିଲେ ।

ସେଥିମଧ୍ୟରୁ ପ୍ରଧାନ ମନ୍ତ୍ରୀ ଗତି ଶକ୍ତି ଯୋଜନାରେ ସାମିଲ ହୋଇଥିବା ଗୋପାଳପୁର – ରେଢ଼ାଖୋଲ ଭାୟା ଭଞ୍ଜନଗର – ଫୁଲବାଣୀ ଦେଇ ନିର୍ମାଣ ହେବାକୁ ଥିବା ରେଳ ଲାଇନ ଅନ୍ୟତମ। ଦାବୀ ପତ୍ରରେ ଦର୍ଶାଯାଇଛି ଯେ ଓଡ଼ିଶାର ଜନ ଜାତି ଅଧ୍ୟୁଷିତ, ଅନଗ୍ରସର ଓ ପ୍ରାକୃତିକ ଦୃଶ୍ୟରେ ଭରପୂର ଫୁଲବାଣୀ ଅଞ୍ଚଳର ଆର୍ଥିକ ଓ ସାମାଜିକ ଉନ୍ନୟନ ତଥା ଦ୍ରୁତ ବିକାଶ ନିମନ୍ତେ ଗୋପାଳପୁର – ବ୍ରହ୍ମପୁର – ଆସ୍କା – ଭଞ୍ଜନଗର – ଜି ଉଦୟଗିରି – ଫୁଲବାଣୀ – ବୌଦ୍ଧ – – ରେଢ଼ାଖୋଲ ରେଳ ଲାଇନ ଅତି ଶୀଘ୍ର ନିର୍ମାଣ କରେଇବାର ଆବଶ୍ୟକତା ରହିଛି। ସେହିପରି ଓଡିଶାର ସର୍ବ ପୁରାତନ ତଥା ୧୮୬୯ ମସିହାରେ ନିର୍ମିତ ବ୍ରହ୍ମପୁର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ ରେଳ ଷ୍ଟେସନରେ ପରିଣତ କରିବା , ଶୀତଳାପଲ୍ଲି ଠାରେ ବନ୍ଦେ ଭାରତ ଫ୍ୟାକ୍ଟ୍ରି ନିର୍ମାଣ ନେଇ ପଦକ୍ଷେପ ନେବା, କୋଚିଙ୍ଗ ଡିପୋ ସ୍ଥାପନ, ୱାସିଂ ବେସିନ ନିର୍ମାଣ, ୫ ଓ ୬ ନମ୍ବର ପ୍ଲାଟଫର୍ମ ନିର୍ମାଣ ତଥା ଏଠାରୁ ଦେଶର ପ୍ରମୁଖ ସହରକୁ ସିଧାସଳଖ ଯୋଗାଯୋଗ ଏବଂ ଗମନାଗମନ ନିମନ୍ତେ ସିଧାସଳଖ ଟ୍ରେନ ଯୋଗାଇଦେବା ସମ୍ବଳିତ ଦାବୀ ଗୁଡ଼ିକ ଉପରେ କମିଟି ପକ୍ଷରୁ ମୂଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। କରରାଜ୍ଵସ୍ଵ ଜେନେରେଟ କ୍ଷେତ୍ରର ଏହି ଷ୍ଟେସନ କଟକ,ରାଉରକେଲା , ବାଲେଶ୍ବର ଓ ସମ୍ବଲପୁର ପ୍ରଭୃତି ପ୍ରମୁଖ ଷ୍ଟେସନ ତୁଳନାରେ ଅଧିକ ଥିଲେ ମଧ୍ୟ ଏହାର ଭିତ୍ତିଭୂମିର ବିକାଶ ଓ ଅଭିବୃଦ୍ଧି ତଦନୁଯାୟୀ ହେଇ ପାରି ନାହିଁ ବୋଲି ଦାବୀ ପତ୍ରରେ ଦର୍ଶାଯାଇଛି। ରେଳ ୱେ କ୍ଷେତ୍ରରେ ରହୁଥିବା ଏହି ସବୁ ଅଭାବ ଅସୁବିଧା ଦୂର ହେଲେ ଏଠାରେ ତାକୁ ଯୋଡ଼ି ଅନେକ ଆନୁଷଙ୍ଗିକ ଶିଳ୍ପ ଗଢ଼ି ଉଠି ଥାନ୍ତା । ତତ୍ ସହିତ ଏଠାକୁ ଦେଶ ବିଦେଶରୁ ପୁଞ୍ଜି ନିବେଶ ନିମନ୍ତେ ଆଗଭର ବଢିବା ସହ ଅନେକ ବଡ଼ ବଡ ଶିଳ୍ପାନୁଷ୍ଠାନ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆସିଥାନ୍ତେ। ଫଳରେ ବ୍ରହ୍ମପୁର ଏକ ମେନୁଫେକ୍ଚରିଂ ହବ୍ ରେ ଅଚିରେ ପରିଣତ ହେଇପାରି ଥାନ୍ତା। ତତ୍ ସହିତ ଏଠାକାର ଲୋକଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ସହ ବହୁତ ବଡ଼ ରୋଜଗାରର ଅବସର ସୃଷ୍ଟି ହେଇଥାନ୍ତା ବୋଲି କମିଟି କହିଛି। ଦାବୀ ପତ୍ର ଗ୍ରହଣ କରି ଓଏସଡି ଶ୍ରୀ ରଥ କେତେକ ଉପାଦେୟ ପରାମର୍ଶ ଦେବା ସହ କହିଥିଲେ ଯେ ଏହି ଦାବୀ ଗୁଡ଼ିକ ବିଷୟରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ଠାରେ ରଖିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଦାବୀ ପତ୍ର ପ୍ରଦାନ ସମୟରେ ସଭାପତିଙ୍କ ବ୍ୟତୀତ ଉପ ସଭାପତି ଦେବୀ ପ୍ରସାଦ ଦାସ, ସହ ସମ୍ପାଦକ ବି ଭି ସାଗର, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ,କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର ଓ ଉପଦେଷ୍ଟା କାଳିନ୍ଦୀ ଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ସଞ୍ଜୀବ କୁମାର ପଟ୍ଟନାୟକ , ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି,ବ୍ରହ୍ମପୁର।

